୩ ଦିନ ସଟଡାଉନ ଧାମନଗର ଏନଏସି
ଭଦ୍ରକ: ଭଦ୍ରକ ଜିଲ୍ଲା ଧାମନଗର ଏନଏସିକୁ ୩ ଦିନ ପାଇଁ ସଟଡାଉନ ଘୋଷଣା କରାଯାଇଛି । ଆସନ୍ତାକାଲି ସକାଳ ୫ଟାରୁ ୨୦ ତାରିଖ ସକାଳ ୫ଟା ଯାଏଁ ସଟଡାଉନ ଘୋଷଣା କରାଯାଇଛି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଜିଲ୍ଲାପାଳ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ଆଜି ଜିଲ୍ଲାରେ ୭ ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୦୪ରେ ପହଞ୍ଚିଛି । ସବୁଠାରୁ ବଡ଼ କଥା ହେଲା ଏବେ ସବୁ ବର୍ଗର ଲୋକେ ସଂକ୍ରମିତ ହୋଇସାରିଲେଣି ।