ଗ୍ରାମବାସୀଙ୍କ ଦ୍ୱାରା ନବଜାତ ଶିଶୁ ଉଦ୍ଧାର
ନବରଙ୍ଗପୁର, (ୱାଇଏନ୍ଏସ୍): ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ ଅନ୍ତର୍ଗତ ପାଉର୍ବେଲା-୧ ଗ୍ରାମପାଖରେ ଜମି ଭିତରେ ଗୋଟିଏ ନବ ଜନ୍ମିତ ଶିଶୁ ଉଦ୍ଧାର କଲେ ଗ୍ରାମବାସୀ। ଗ୍ରାମ ବାସୀ ସେହି ନବଜାତ ଶିଶୁକୁ ନେଇ ଜଡ଼େଙ୍ଗା ପ୍ରାଥମିକ ହସ୍ପିଟାଲରେ ଆଣିଥିଲେ ସେଠାରେ ଡକ୍ଟର ସୁଧାଂଶୁ ଶେଖର ସେଠି ଶିଶୁର ସ୍ଵାସ୍ଥ୍ୟ ଠିକ ଅଛିକି ନାଇ ଦେଖିବା ପରେ ତାର ଚିକିତ୍ସା ଜାରି ରଖିଛନ୍ତି । ଏହି ଘଟଣା ବିଷୟରେ ରାଇଘର ଥାନାକୁ ଖବର ଦିଆ ଯାଇଥିଲା ଏବଂ ଏସ.ଅଇ ପ୍ରଦୀପ କୁମାର ନାଗ୍ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛନ୍ତି। ବର୍ତ୍ତମାନ ଶୁଶୁକୁ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ଆମ୍ବୁଲାନ୍ସ ମାଧ୍ୟମରେ ନିଆଯାଇଛି । ଆଜି ସକାଳୁ ଶିଶୁକୁ ନିଜର ପୋଷ୍ୟପୁତ୍ର ଭାବରେ ଗ୍ରହଣ କରିବା ପାଇଁ ଦାସପୁରର ସନାତନ ବିଶ୍ୱାସ ଶିଶୁର ଯତ୍ନ ନେଉଥିବା ଏବଂ ଶିଶୁକୁ କ୍ଷୀର ପିଆଉଥିବା ମଧ୍ୟ ଦେଖିବାକୁ ମିଳିଛି ।


