୪ଅନାଥ ଶିଶୁଙ୍କୁ ସହାୟତାର ହାତ ବଢ଼ାଇଲା ଜୟଦୁର୍ଗା ଫାଉଣ୍ଡେସନ ଟ୍ରଷ୍ଟ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ କେ ବାଲିପାଳ ପଞ୍ଚାୟତର କଅଁଳେଇବାଲିପାଳ ଗ୍ରାମରେ ୪ଜଣ ଅନାଥ ଶିଶୁଙ୍କ ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବାପରେ ପ୍ରଶାସନିକ ଅଧିକାରୀ ତାଙ୍କ ନିକଟରେ ପହଞ୍ଚିଥିବାବେଳେ ଜୟଦୁର୍ଗା ଫାଉଣ୍ଡେସନ ଅନାଥ ଶିଶୁ ମାନଙ୍କ ନିକଟରେ ପହଞ୍ଚି ସହାୟତାର ହାତ ବଢ଼ାଇଛି । ସୁଚନା ଯୋଗ୍ୟ ଯେ ଗ୍ରାମର ସୁରେଶ ମହାରଣା ଓ ସୁନେଲି ମହାରଣା ୪ଟି ଛୋଟ ଛୋଟ ଶିଶୁ ଥିବାବେଳେ ବାପା ସୁରେଶ ମହାରଣା ଗତବର୍ଷ ଫେବୃୟାରୀ ମାସରେ ରୋଗରେ ପଡି ମୃତ୍ୟୁବରଣ କରିବାର ଠିକ ବର୍ଷେପରେ ମା’ ସୁନେଲୀ ମହାରଣା ଗତ ୨୮/୦୧/୨୦୨୩ରେ ମୃତ୍ୟୁବରଣ କରିଥିଲେ । ବାପା ମାଙ୍କ ମୃତ୍ୟୁପରେ ଏବେ ୪ଜଣ ଛୋଟ ଛୋଟ ଶିଶୁ ଅନାଥ ହୋଇଯାଇଛନ୍ତି । ବଡପୁଅ ନଟର ବୟସ ୧୩ବର୍ଷ ହୋଇଥିବାବେଳେ ଝିଅ ଗୁରୁବାରୀର ବୟସ ୧୧, ସାନଝିଅ ମୁକ୍ତାର ବୟସ ୬ବର୍ଷ ଓ ସବାସାନ ପୁଅ ସେବା ମହାରଣାର ବୟସ ୨ବର୍ଷ ୬ମାସ । ଏ ବୟସରେ ପିଲାମାନଙ୍କ ମୁହଁରେ ଦାନା ଗଣ୍ଡିଏ ଦେବାକୁ କେହି ନାହିଁ । ମାସକୁ ମାସ ରେସନ ଚାଉଳ ଗଣ୍ଡିଏ ପାଉଥିବାବେଳେ ତାକୁ ରାନ୍ଧିବାଢ଼ି ଦେବାକୁ କେହି ନାହିଁ । ଏପରି ଅବସ୍ଥାରେ ଛୋଟ ଛୋଟ ଶିଶୁମାନେ ଅସହାୟ ଅବସ୍ଥାରେ କାଳାତିପାତ କରୁଛନ୍ତି । ରହିବାପାଇଁ ଘର ଖଣ୍ଡିଏ ବି ନାହିଁ । ଯେଉଁ ଘରଟିରେ ରହୁଛନ୍ତି ତାହା ଭାଙ୍ଗିରୁଜି ନଷ୍ଟ ହୋଇଯାଇଥିବାବେଳେ ଚାଳ ଛପର ହୋଇ ନଥିବାରୁ ଦିନରେ ସୁର୍ଯ୍ୟ ଓ ରାତିରେ ତାରା ଦେଖିଛନ୍ତି । ଏହି ଶିଶୁମାନଙ୍କର ଏପରି ଅବସ୍ଥା ଦେଖିବାପରେ ଗତକାଲି ଗାଁର ମାତୃସଂଘର ସଦସ୍ୟମାନେ ଏହି ଅନାଥ ପିଲାମାନଙ୍କ ପାଇଁ ମାସିକ ଚାଉଳ ସହାୟତା ଯୋଗାଇଦେବେ ବୋଲି ନିଷ୍ପତି ନେଇଥିଲେ । ବର୍ତ୍ତମାନ ଛୋଟ ଛୋଟ ଶିଶୁ ମାନଙ୍କ ପଢ଼ିବା ସମୟ ହୋଇଥିବାବେଳେ ସେମାନଙ୍କ ପଢ଼ାପଢ଼ି ଓ ରହିବାର ଦାୟିତ୍ୱ ପ୍ରଶାସନ ନେବାକୁ ସଂଘ ସଦସ୍ୟମାନେ ଦାବି କରିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇବାପରେ ବ୍ଲକ କର୍ତ୍ତୁପକ୍ଷ ଏହାର ତଦନ୍ତ କରି ସହାୟତା ଯୋଗାଇବାକୁ ପ୍ରତିଶୃତି ଦେଇଥିବାବେଳେ ଜୟଦୁର୍ଗା ଫାଉଣ୍ଡେସନର ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏହି ଅନାଥ ଶିଶୁଙ୍କୁ ଭେଟି ରେସନ ସାମଗ୍ରୀ ଓ ଆର୍ôଥକ ସହାୟତା ପ୍ରଦାନ କରିଥିବାବେଳେ ସେମାନଙ୍କ ପଢ଼ାପଢ଼ି ଖର୍ଚ୍ଚ ବହନ କରିବାକୁ ପ୍ରତିଶୃତି ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ