୪ଜଣଙ୍କୁ ‘ଗୋପବନ୍ଧୁ ପ୍ରତିଭା ସମ୍ମାନ’
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ପୁରୁଣା ଭୁବନେଶ୍ୱର ପୁରାତନ ଅନୁଷ୍ଠାନ କେଦାରଗୌରୀ କ୍ଲବ ପକ୍ଷରୁ ପ୍ରତିବର୍ଷ ପରି ଗୋପବନ୍ଧୁ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ବିଶିଷ୍ଟ ଏøତିହାସିକ ତଥା ଗବେଷକ ସ୍ୱର୍ଗତ ରବିନାରାୟଣ ଦାଶଙ୍କୁ ମରୋଣତର ଭାବେ, ସାହିତ୍ୟକ ତଥା ସ୍ତମ୍ଭକାର ଭାଗିରଥୀ ମହାସୁଆର, ଶିଶୁ ସାହିତ୍ୟକ ରଘୁନନ୍ଦନ ମହାପତ୍ର ଓ ସାମ୍ବାଦିକ ଡ. ଲିଙ୍ଗରାଜ ସାହୁଙ୍କୁ ଗୋପବନ୍ଧୁ ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଥିଲା । ଅନୁଷ୍ଠାନର ସଭାପତି ଭାଗିରଥୀ ମହାପ୍ରତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ପ୍ରଶାସକ ରଘୁନାଥ ମିଶ୍ର, ମୁଖ୍ୟ ବକ୍ତା ଭାବେ ଏøତିହାସିକ ଡା କୈଳାସ ଚନ୍ଦ୍ର ଦାଶ, ସମ୍ମାନୀତ ବକ୍ତା ଭାବେ ସାହିତ୍ୟକ ଶ୍ରୀଯୁକ୍ତ ମହାସୁଆର ଯୋଗଦେଇ ଗୋପବନ୍ଧୁଙ୍କ କୃତୀ, ସାହିତ୍ୟ ଜନସେବା, ତ୍ୟାଗପୁତ ଜୀବନ ଉପରେ ଆଲୋକପାତ କରିଥିଲେ । ଅନୁଷ୍ଠାନର ସମ୍ପାଦକ ଡା. ମିତ୍ର ରଞ୍ଜନ ପଣ୍ଡା ସ୍ୱାଗତ ଭାଷଣ କରିବା ସହ ଧନ୍ୟବାଦ ପ୍ରଦାନ କରିଥିଲେ ।


