୪ଦିନରେ ପୌରାଂଚଳର ସମସ୍ତ ବରିଷ୍ଠ ନାଗରିକଙ୍କୁ ଟୀକା ପ୍ରଦାନ ଲକ୍ଷ୍ୟ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : କରୋନା ମହାମାରୀରୁ ରକ୍ଷା ପାଇବା ନିମନ୍ତେ ପ୍ରଥମେ ଆଗ ଧାଡ଼ିର ଯୋଦ୍ଧାଙ୍କୁ କରୋନା ଟୀକା କୋଭିସିଲ୍ଡ ପ୍ରଦାନ କରାଯିବା ପରେ ଦ୍ୱିତୀୟ ପର୍ଯ୍ୟାୟରେ ହିଞ୍ଜିଳିକାଟୁ ପୌରାଂଚଳରେ ବୁଧବାର ଠାରୁ ନୂତନ ଉପଖଣ୍ଡ ଚିକିତ୍ସାଳୟରେ ବରିଷ୍ଠ ନାଗରିକଙ୍କୁ ଟୀକା ପ୍ରଦାନ କରିବାର ଶୁଭାରମ୍ଭ କରାଯାଇଛି । ପ୍ରଥମ ଦିବସରେ ପୌରାଂଚଳର ପ୍ରଥମ ୫ଟି ୱାର୍ଡ଼ର ବରିଷ୍ଠ ନାଗରିକଙ୍କୁ ଟୀକା ପ୍ରଦାନ କରାଯାଇଛି । ପ୍ରତ୍ୟହ ସକାଳ ୧୦ ଘଂଟା ଠାରୁ ଅପରାହ୍ନ ୪ଘଂଟା ପର୍ଯ୍ୟନ୍ତ ଟୀକା ପ୍ରଦାନ କରାଯାଉଛି । ପ୍ରତିଦିନ ୫ଟି ଲେଖାଏଁ ୱାର୍ଡ଼ ରେ ଥିବା ବରିଷ୍ଠ ନାଗରିକଙ୍କୁ ଦିଆଯିବା । ପ୍ରଥମ ଦିବସରେ ୧୫୦ ଜଣ ବରିଷ୍ଠ ନାଗରିକ ଟୀକା ଗ୍ରହଣ କରିଥିବା ଚିକିତ୍ସାଳୟ ପକ୍ଷରୁ ସୂଚନା ମିଳିଛି । ଏହି କାର୍ଯ୍ୟକ୍ରମ ୩ ରିଖ ଠାରୁ ଆରମ୍ଭ ହୋଇ ୬ ରିଖ ପର୍ଯ୍ୟନ୍ତ୪ ଦିନ ଧରି ଟିକାକରଣ ଦିଆଯିବ ବୋଲି ସଂପୃକ୍ତ ଚିକିତ୍ସାଳୟର ବରିଷ୍ଠ ଡାକ୍ତର ଼ ମାଧବ କୁମାର ସାହୁ କହିଛନ୍ତି । ଆଧାର କାର୍ଡ଼ ବାଧ୍ୟତା ମୁଳକ କରାଯାଇ ପଞ୍ଜିକରଣ କରାଯାଇ ଟିକା ଦିଆଯାଉଛି । ସ୍ଥାନୀୟ ବରିଷ୍ଟ ନାଗରିକ ମଂଚ ପକ୍ଷରୁ କୌଣସି ଅନ୍ଧ ବିଶ୍ୱାସ କିମ୍ବା ଗୁଜବକୁ ଏଡ଼ାଇ ସମସ୍ତ ବରିଷ୍ଠ ନାଗରିକଙ୍କୁ ଟିକା ନେବା ନିମନ୍ତେ ଅନୁରୋଧ କରାଯାଇଥିଲେ ମଧ୍ୟ ବହୁ ବରିଷ୍ଠ ନାଗରିକ ସ୍ୱଇଚ୍ଛାରେ ଟୀକା ଗ୍ରହଣ କରଯୁନଥିବା ଦେଖିବାକୁ ମିଳିଥିଲା । ଟିକା ଗ୍ରହଣ କରିବା ପରେ କୌଣସି ବ୍ୟକ୍ତିଙ୍କ ପ୍ୱାଶ୍ୱର୍ ପ୍ରତିକ୍ରିୟା ହୋଇନଥିବା ନେଇ ଡ଼ାକ୍ତର ସାହୁ ସୁଚନା ଦେଇଛନ୍ତି । ଟୀକାକରଣ, ପଞ୍ଜିକୃତ ନିମନ୍ତେ ହରିହର ଚୈାଧୁରୀ ,ଅଶୋକ କୁମାର ମିଶ୍ର,ସୁର୍ଯ୍ୟନାରାୟଣ ସେଠୀ, ସନ୍ତୋଷ ବେହେରା , ଼ ଦିପ୍ତି ରଞ୍ଜନ ମହାପାତ୍ର, ଫାର୍ମାସିଷ୍ଟ ଗିରିଜା ଶଙ୍କର ସାବତ, ଷ୍ଟାଫନର୍ସ ସଂଘମିତ୍ରା ପ୍ରଧାନ,ପ୍ରଦିପ ଗୌଡ଼,ମିଲି କୁମାରୀ ପଣ୍ଡାଙ୍କ ସହ ସ୍ୱାସ୍ଥ୍ୟ କର୍ମୀ ପ୍ରମୁଖ ଟୀକା ପ୍ରଦାନରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ