୪୦ବର୍ଷ ପରେ ଗାଁରେ ଜଳିଲା ଆଲୁଅ

ଭୁବନେଶ୍ୱର : ବିଜୁଳି ଆଲୁଅ ଥିଲା ସାତ ସପନ । ଡ଼ିବିରି ଲଣ୍ଠନର ସୀମିତ ଆଲୋକ ଥିଲା ସାହାଭରଷା । ସୂର୍ଯ୍ୟାସ୍ତ ପରେ ଗାଁକୁ ଓହ୍ଳାଇ ଆସୁଥିଲା ଅନ୍ଧାର । ତା’ପରେ ଆଉ କିଛି କାମ ହୋଇପାରୁ ନଥିଲା । ଆମ ଭଳି ଆମ ପିଲାଏ ମଧ୍ୟ ସଅଳ ଶୋଇ ପଡ଼ୁଥିଲେ । ଏବେ କିନ୍ତୁ ସେପରି ଆଉ ହେବନି । ଶନିବାର ଗାଁରେ ପ୍ରଥମ କରି ବିଜୁଳି ଆଲୁଅ ଜଳିବା ପରେ ଏଭଳି ପ୍ରତିକ୍ରିୟା ଦେଇଛନ୍ତି ଜଣେ ଗ୍ରାମବାସୀ । ଭୁବନେଶ୍ୱରଠାରୁ ମାତ୍ର ୨୫ କି.ମି. ଦୂର ଏପରି ସ୍ଥିତି ଥିବା ଗାଁଟି ହେଉଛି କନ୍ଦଳେଇ । ଛତାବର ପଞ୍ଚାୟତ ଅଧିନସ୍ଥ ଏହି ଗାଁଟି ଚନ୍ଦକା-ଡ଼ମପଡ଼ା ହସ୍ତୀ ଅଭୟାରଣ୍ୟ କଡ଼ରେ ରହିଛି । ୧୯୭୮ ମସିହା ଠାରୁ ସ୍ଥାପିତ ଏହି ଗାଁରେ ୪୦ବର୍ଷ ଧରି ଲୋକଙ୍କ ନିକଟରେ ପହଞ୍ôଚ ପାରୁନଥିଲା ବିଜୁଳି । ବର୍ଷ ବର୍ଷ ଧରି ଅନ୍ଧାର ସହ ଖାପଖୁଆଇ ଚଳି ଆସୁଥିବା ଏହି ଗାଁରେ ରାଜ୍ୟ ସରକାର ବିଜୁଳି ଯୋଗାଣ ଉପଲବ୍ଧ କରିବା ପରେ ଗ୍ରାମବାସୀ ଖୁସିରେ ନାଚି ଉଠିଛନ୍ତି । ପ୍ରଥମ କରି ବିଜୁଳି ପହଞ୍ôଚଥିବା ଖୁସିକୁ ପାଳିବା ପାଇଁ ଗାଁରେ ଏକ ସଭାର ଆୟୋଜନ କରାଯାଇଥିଲା । ପୂର୍ବତନ ବିଧାୟକ ବିଭୂତି ଭୂଷଣ ବଳବନ୍ତରାୟ, ଛତାବର ସରପଞ୍ଚ ମନସ୍ୱିନୀ ମିଶ୍ର ଡ଼େଙ୍ଗ, ପୂର୍ବତନ ସରପଞ୍ଚ ବିଷ୍ଣୁପ୍ରସାଦ ଡ଼େଙ୍ଗ, ଜଟଣୀ ବ୍ଲକ ଉପାଧ୍ୟକ୍ଷ ଅମୀୟ ପ୍ରସାଦ ଦଳେଇ, ଅଧ୍ୟକ୍ଷ ବନଜା ଜେନା, ନାଏବ ସରପଞ୍ଚ ଚୈତନ୍ୟ ବେହେରା, ଜାତୀୟ ଯୁବ ପୁରସ୍କାରପ୍ରାପ୍ତ ସମାଜସେବୀ ସୁଶାନ୍ତ ସାହୁ, ଗାଁର ମୁଖିଆ ଲୁନ୍ଦୁରୁ କୁଙ୍କାଲ ପ୍ରମୁଖ ଯୋଗ ଦେଇ ବିଜୁଳି ପରବର୍ତ୍ତୀ ଗାଁର ବିକାଶର ଚିତ୍ର ସାମ୍ନାକୁ ଆଣିଥିଲେ । ସଞ୍ଜ ନଇଁଲେ ବିଜୁଳି ଆଲୁଅ ତଳେ ପାଠ ପଢା ଠାରୁ ଜୀବିକା ନିର୍ବାହ ଯାଏ ଅନେକ କଥା କରିହେବ ବୋଲି ଗ୍ରାମବାସୀ ଆଶ୍ୱସ୍ତି ପ୍ରକାଶ କରିଥିଲେ । କନ୍ଦଳେଇର ବିକାଶ ପାଇଁ ୨୦୧୬ରୁ ନିରବଚ୍ଛିନ୍ନ ଉଦ୍ୟମ କରୁଥିବା ସାମାଜିକ ସଂଗଠନ ‘ଆଶ୍ରା’ ତଥା ସମାଜସେବୀ ସୁଶାନ୍ତ ସାହୁ, ବାଲୁକାଶିଳ୍ପୀ ସୁବଳ ମହାରଣା, ପ୍ରାକ୍ତନ ବରିଷ୍ଠ ପ୍ରଶାସକ ହରିହର ପଣ୍ଡା, ସାମାଜିକ କର୍ମୀ ଧୀରେନ୍ଦ୍ର କର, ପ୍ରିୟବ୍ରତ ପଣ୍ଡା, ଗୋପୀମୋହନ ପଟ୍ଟନାୟକ, ତ୍ରିଲୋଚନ ବେଉରା, ପ୍ରଦୀପ୍ତ ରଞ୍ଜନ ରାଉତ, ଚିତ୍ରଶିଳ୍ପୀ ପଞ୍ଚାନନ ସାମଲ, ଇଂ ବାସୁଦେବ ମିଶ୍ର, ଏନ୍ଆଇଟି ରାଉରକେଲାର ଲୋକସମ୍ପର୍କ ଅଧିକାରୀ ଇତିଶ୍ରୀ ସିଂ ରାଠୋର, ସ୍ଥାନୀୟ ବିଦ୍ୟାଳୟର ପ୍ରଧାଦନ ଶିକ୍ଷକ ପବିତ୍ର ମୋହନ ନାୟକ, ଶିକ୍ଷକ ସୁବାସ ଓଝା ପ୍ରମୁଖ ସରକାରଙ୍କ ଏଭଳି ଉଦ୍ୟମକୁ ପ୍ରଶଂସା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ