୪୦ ବର୍ଷରେ ସାଉଥ ସୁପର ଷ୍ଟାର
ଟଲିଉଡ ର ସୁପରଷ୍ଠାର ଓ ଭାରତୀୟ ସିନେମା ଜଗତରେ ସେ ବାହୁବଳୀ ନାମରେ ପରିଚିତ ପ୍ରଭାସ ଆଜି ୪୦ ବର୍ଷରେ ପାଦ ଥାପିଛନ୍ତି। ୧୯୭୯ ମସିହା ଆଜିର ଦିନରେ ପ୍ରଭାସ ମାଡ୍ରାସରେ ଜନ୍ମଗ୍ରହଣ କରିଥିଲେ।ତାଙ୍କର ପ୍ରକୃତ ନାଁ ହେଉଛି ଭେଙ୍କଟ ସତ୍ୟନାରାୟଣ ପ୍ରଭାସ ରାଜୁ ଉପାଲ୍ଲାପଟି। ତେଲୁଗୁ ଓ ତାମିଲ ଫିଲ୍ମ ଜଗତରେ ସେ ଜଣେ ଆଗ ଧାଡ଼ିର ନାୟକ। ଏବେ ସେ ଆଉ କେବଳ ସାଉଥ୍ ସୁପରଷ୍ଟାର୍ ହୋଇ ରହିନାହାନ୍ତି। ଏବେ ସେ ବଲିଉଡ୍ ପ୍ରେମୀଙ୍କର ବି ସୁପରଷ୍ଟାର୍ ହୋଇଯାଇଛନ୍ତି। କେବଳ ଏତିକି ନୁହେଁ ଫିଲ୍ମ ‘ବାହୁବଳୀ’ରେ ତାଙ୍କର ଦମଦାର ଅଭିନୟ ଦେଖି ସାରା ଦୁନିଆରେ ତାଙ୍କ ଲୋକପ୍ରିୟତା ବଢ଼ିଯାଇଛି। ୨୦୦୨ ମସିହାରୁ ଫିଲ୍ମ ଜଗତରେ ପାଦ ରଖିଥିବା ପ୍ରଭାସ ତାଙ୍କ କ୍ୟାରିଅର ମଧ୍ୟରେ ବର୍ଷମ(୨୦୦୪), ଛତ୍ରପତି(୨୦୦୫), ମିଷ୍ଟର ପରଫେକ୍ଟ(୨୦୧୧), ମିରଚି(୨୦୧୩), ବାହୁବଳୀ, ସାହୋ(୨୦୧୯) ଭଳି ବ୍ଲକବଷ୍ଟର ଫିଲ୍ମ ତିଆରି କରିସାରିଛନ୍ତି।୨୦୧୫ ମସିହାରେ ପ୍ରଭାସଙ୍କ ଅଭିନୀତ ଫିଲ୍ମ ବାହୁବଳୀ ବକ୍ସ ଅଫିସରେ ଧମାଲ ମଚାଇଥିଲା। ଏହାପରେ ପରେ ତାଙ୍କର ବାହୁବଳୀ-୨ ମଧ୍ୟ ଭାରତୀୟ ଫିଲ୍ମ ଜଗତରେ ଅନେକ ରେକର୍ଡ ସ୍ଥାପନ କରିଥିଲା।