୪୨ ଲକ୍‌ଡାଉନ୍ ଉଲଂଘନକାରୀଙ୍କୁ ଧରିଲେ ପୋଲିସ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା)-ଗଜପତି ଜିଲ୍ଲାପାଳ ଅନୁପମ ସାହା ଏବଂ ଗଜପତି ଆରକ୍ଷୀ ଅଧ୍ୟକ୍ଷକ ସାରା ଶର୍ମାଙ୍କ ନିର୍ଦ୍ଦେଶ କ୍ରମେ ଗଜପତି ପୋଲିସ ଲକ୍‌ଡାଉନ୍ ନିୟମକୁ ଉଲଂଘନ କରିଥିବା ଅଭିଯୋଗରେ ବିଭିନ୍ନ ସ୍ଥାନରୁ ମୋଟ ୪୨ଜଣଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣାଯାଇଛି । ଘଟଣାରୁ ପ୍ରକାଶ ପାରଳାଖେମୁଣ୍ଡି ଆଦର୍ଶ ଥାନା ପକ୍ଷରୁ ଆଇଆଇସି ବିବେକା ନନ୍ଦ ସ୍ୱାଇଁଙ୍କ ନେତୃତ୍ୱରେ ବିଭିନ୍ନ ସ୍ଥାନରେ ଲକ୍‌ଡାଉନ୍ ନିୟମକୁ ଉଲଂଘନ କରିଥିବା ଅଭିଯୋଗରେ ୯ଜଣଙ୍କୁ ଧରାଯାଇ ସେମାନଙ୍କ ଠାରୁ ଜରିମାନା ଆଦାୟ କରାଯାଇଛି । ମୋଟ ୯ଜଣଙ୍କୁ ଧରାଯାଇ ସେମାନଙ୍କ ଠାରୁ ୨ଶହ ଟଙ୍କା କରି ଜରିମାନା ଆଦାୟ କରାଯିବା ସହ ଲକ୍‌ଡାଉନ୍ ଆଇନକୁ ପାଳନ କରିବାପାଇଁ ସେମାନଙ୍କୁ ତାଗିଦ କରାଯାଇଛି । ଜିଲ୍ଲାର ଆର୍‌.ଉଦୟଗିରି ଥାନା ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୯ଜଣଙ୍କୁ ଧରାଯାଇଛି ଏବଂ ରାମଗିରି ଠାରେ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ପେଟ୍ରୋଲିଂ ସମୟରେ ୫ଜଣ ଲକ୍‌ଡାଉନ୍ ଉଲଂଘନକାରୀଙ୍କୁ ଜବତ କରାଯାଇ ଜରିମାନା ଆଦାୟ କରାଯାଇଛି । ଗତକାଲି ପୁଣି ଆର.ଉଦୟଗିରି ଥାନା ଅଞ୍ଚଳରେ ୯ଜଣ ଏବଂ କାଶୀନଗର ଥାନା ଅଞ୍ଚଳରେ ଅନ୍ୟ ୯ଜଣ ଲକ୍‌ଡାଉନ୍ ନିୟମକୁ ଉଲଂଘନ କରିଥିବା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏମାନଙ୍କ ଠାରୁ ଜଣକ ପିଛା ୨ଶହ ଟଙ୍କା ମୋଟ ୩୬ଶହ ଟଙ୍କା ଜରିମାନା ଆଦାୟ ହୋଇଥିବା ବରିଷ୍ଠ ପୋଲିସ ଅଧିକାରୀ ରାଧା ଚରଣ ପଟ୍ଟନାୟକ ସୁଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ