୪୫ ବର୍ଷର ରେକର୍ଡ ଭାଙ୍ଗିଲା ଦେଶର ବେକାରୀ ହାର

ଦେଶର ବେକାରୀ ହାର ଗତ ୪୫ ବର୍ଷ ମଧ୍ୟରେ ସର୍ବାଧିକ ସ୍ତରକୁ ବୃଦ୍ଧି ପାଇଛି । କେନ୍ଦ୍ର ପରିସଂଖ୍ୟାନ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନାନୁସାରେ ଭାରତରେ ବେକାରୀ ହାରରେ ୬.୧% ବୃଦ୍ଧି ହୋଇଛି । ୨ଠ୧୭-୧୮ ବର୍ଷରେ ଦେଶର ବେକାରୀ ହାର ସର୍ବାଧିକ ଉକ୍ରଟ ସ୍ଥିତିରେ ପହଞ୍ôଚଥିବା ସରକାରୀ ତଥ୍ୟରେ ସ୍ପଷ୍ଟ ହୋଇଛି । ଅର୍ଥାତ୍ ଆଜି ପର୍ଯ୍ୟନ୍ତ ଦେଶର ବେକାରୀ ହାର ବୃଦ୍ଧି ସମ୍ପର୍କରେ ହେଉଥିବା ଦାବିକୁ ଖଣ୍ଡନ କରିଆସୁଥିବା କେନ୍ଦ୍ର ସରକାର ଆଜି ଶେଷରେ ସ୍ୱୀକାର କରିଛନ୍ତି ।
ଗତ କିଛି ଦିନ ତଳେ ଏ ସମ୍ପର୍କିତ ଏକ ରିପୋର୍ଟ ଲିକ୍ ହୋଇଥିଲା ଏବଂ ଏହାର ତଥ୍ୟ ବିଭିନ୍ନ ଖବର ସରବରାହ ସଂସ୍ଥା ପ୍ରକାଶ କରିଥିଲେ । ବିଜ୍ନେସ୍ ଷ୍ଟାଣ୍ଡାର୍ଡରେ ପ୍ରକାଶ ପାଇଥିବା ଏହି ତଥ୍ୟ ଆଜିର ତଥ୍ୟ ସହିତ ମିଶିଯାଉଛି । ସେତେବେଳେ ସରକାର କହିଥିଲେ ଏହି ତଥ୍ୟ ଗ୍ରହଣୀୟ ନୁହେଁ କାରଣ ଚୂଡ଼ାନ୍ତ ରିପୋର୍ଟ ପ୍ରସ୍ତୁତ ହୋଇନାହିଁ । ପ୍ରକାଶ ଯେ, ୨ଠ୧୯ ଲୋକସଭା ନିର୍ବାଚନ ସମୟରେ ବିରୋଧୀଦଳମାନେ ଶାସକ ଏନ୍ଡିଏ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍ କରି କହିଥିଲେ ସରକାର ଜାଣିଶୁଣି ଏହି ରିପୋର୍ଟ ଚପାଇ ରଖୁଛନ୍ତି । ନିର୍ବାଚନରେ ଏହାର ନକାରାତ୍ମକ ପ୍ରଭାବ ପଡ଼ିବାକୁ ଥିବାରୁ ଏପରି କରାଯାଉଛି ବୋଲି ସେମାନେ ଅଭିଯୋଗ ଆଣିଥିଲେ । ନରେନ୍ଦ୍ର ମୋଦିଙ୍କ ସରକାର ଦ୍ୱିତୀୟ ଥର ଶପଥ ନେବାପରେ ଆଜି କ୍ୟାବିନେଟ୍ ବୈଠକରେ ସରକାର ଉପସ୍ଥାପନ କରିଥିବା ତଥ୍ୟ ଅନୁଯାୟୀ, ନିଯୁକ୍ତିଯୋଗ୍ୟ ଯୁବକ ଯୁବତୀଙ୍କ ବେକାରୀ ହାର ୭.୮% ବଢ଼ିଛି । ଏହା ଗ୍ରାମୀଣ ସ୍ତରରେ ୫.୩% ବୋଲି ଜଣାପଡ଼ିଛି । ପୁରୁଷଙ୍କ କ୍ଷେତ୍ରରେ ବେକାରୀ ହାର ୬.୨% ଏବଂ ମହିଳାଙ୍କ କ୍ଷେତ୍ରରେ ଏହା ୫.୭%ରେ ପହଞ୍ôଚଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ