୪ ଦଫା ଦାବୀ ପତ୍ର ପ୍ରଦାନ କଲା ଓଡିଶା ବିକଳାଙ୍ଗ ମଞ୍ଚ

ବନ୍ତ, (ଚାନ୍ଦିନୀ ମହାନ୍ତି) :-ଓଡିଶା ବିକଳାଙ୍ଗ ମଞ୍ଚ ବନ୍ତ ଶାଖା ପକ୍ଷରୁ ଆଜି ବନ୍ତ ଠାରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡିଶା ବିକଳାଙ୍ଗ ମଞ୍ଚର ରାଜ୍ୟ ସହ ସମ୍ପାଦକ ଅକ୍ଷୟ କୁମାର ସାହୁ, ଜିଲା ସମ୍ପାଦକ ମନୋରଞ୍ଜନ ତ୍ରିପାଠୀ, ଜିଲା ଉପସଭାପତି କରୁଣାକର ସାହୁ, ବ୍ଲକ ସମ୍ପାଦକ ହୃଦାନନ୍ଦ ପାଢୀ, ପ୍ରସନ୍ନ ପଣ୍ଡା, ଦୀଲିପ ବାରିକ, ଈଶ୍ୱର ପାତ୍ର, ଚକ୍ରଧର ନାୟକ, ତାପସ ସ୍ୱାଇଁ, ସଂଘମିତ୍ରା ମହାପାତ୍ର, ଶୁଭମ୍ ମିଶ୍ରଙ୍କ ସମେତ ବିଭିନ୍ନ ପଞ୍ଚାୟତରୁ ଭିନ୍ନକ୍ଷମ ମାନେ ଉପସ୍ଥିତ ରହି ବିିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ । ପରେ ମଞ୍ଚ ପକ୍ଷରୁ ଏକ ପ୍ରତିନିଧି ଦଳ ବିଡିଓ ଶୁଭଦର୍ଶନ ମିଶ୍ର ଓ ତହସିଲଦାର ସରୋଜକାନ୍ତ ନାୟକଙ୍କୁ ଭେଟି ୪ ଦଫା ଦାବୀ ପତ୍ର ପ୍ରଦାନ କରିଥିଲେ । ଦାବୀ ମଧ୍ୟରେ ଜଣେ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଏକକ ପରିବାରର ମାନ୍ୟତା ଦେଇ ସମସ୍ତ ଆବାସିକ ଯୋଜନାରେ ଅଗ୍ରାଧିକାର ଭିତ୍ତିରେ ଅନ୍ତର୍ଭୁକ୍ତ କରି ପକ୍କା ଘର ଯୋଗାଇ ଦେବା, ଅନ୍ତୋର୍ଦ୍ଦୟ ଯୋଜନାରେ ଅନ୍ତର୍ଭୁକ୍ତ କରିବା, ପ୍ରତି ମାସ ୧୫ ତାରିଖ ସୁଦ୍ଧା ଭିନ୍ନକ୍ଷମ, ବାର୍ଦ୍ଧକ୍ୟ ଓ ବିଧବାଭତ୍ତା ପ୍ରଦାନ କରିବା, ବସୁନ୍ଧରା ଯୋଜନାରେ ଘରଡିହ ଜାଗା ଯୋଗାଇ ଦେବା ଆଦି ଅନ୍ତର୍ଭୁକ୍ତ ଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ