ଗୁଣି ଗାରେଡ଼ି ବିରୋଧରେ ସଚେତନତା ଶିବିର

ଗାଙ୍ଗପୁର, (ସନ୍ତୋଷ ବିଶୋଇ) :-ଗାଙ୍ଗପୁର ଥାନା ଆମ ପୋଲିସ୍ ସମିତି ବେଲଗୁଣ୍ଠା ବ୍ଳକ୍ ବାଡବୋରସିଂ ସ୍ଥିତ ସୁଚନା କେନ୍ଦ୍ରରେ ଗୁଣି ଗାରେଡ଼ି ବିରୁଦ୍ଧରେ ଏକ ସଚେତନତା ଶିବିର ଆୟୋଜିତ ହୋଇଯାଇଛି I ଏଥିରେ ମୁଖ୍ୟ ବକ୍ତା ଭାବରେ ବାଡବୋରସିଂ ସରପଞ୍ଚ ଏସ୍ ରାମେଶ୍ବର ପାତ୍ର ଦାୟିତ୍ଵ ତୁଲାଇଥିଲେ ଓ ତାଙ୍କୁ ସହଯୋଗ କରିଥିଲେ ସମିତି ସଭ୍ୟା ମମତା ଭୋଳ I କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଭଞ୍ଜନଗର ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ଶୁଭ୍ରାଂଶୁ ଶେଖର ମିଶ୍ର ଏବଂ ସମ୍ମାନିତ ଅତିଥି ଭାବରେ ଗାଙ୍ଗପୁର ଥାନା ଆଇଆଇସି ଶୁଭେନ୍ଦୁ କୁମାର ସାହୁ ଏସ୍ଆଇ ସୁବ୍ରଜିତ୍ ସାମନ୍ତରାୟ , ଏଏସ୍ଆଇ ଉମା ଚରଣ ପ୍ରଧାନ, ଏଏସ୍ଆଇ ସୁଷମା ଦେହେରା, ଗୋବରା ସମିତିସଭ୍ୟ ବିଭୂପାଦ ଜେନାଙ୍କ ସମେତ ପଞ୍ଚାୟତର ସମସ୍ତ ଆଗ ଧାଡ଼ିର କର୍ମୀ ଭୋଟର ୱାର୍ଡ ମେମ୍ବର ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ