୫ଟି ପ୍ରକଳ୍ପର ଉଦ୍ଘାଟନ କଲେ ମନ୍ତ୍ରୀ ପଦ୍ମନାଭ ବେହେରା

ପୋଲସରା – ପୋଲସରା ବ୍ଲକର ବିଭିନ୍ନ ସ୍ଥାନରେ ପାଞ୍ଚଟି ପ୍ରକଳ୍ପକୁ ବାଣିଜ୍ୟ ଓ ପରିବହନ ଏବଂ ଯୋଜନା ଓ ସମନ୍ୱୟ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ଦ୍ୱାରା ସୋମବାର ଦିନ ଉଦଘାଟିତ ହୋଇଯାଇଛି । ଏହି କାର‌୍ୟ୍ୟକ୍ରମରେ ସ୍ଥାନୀୟ ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ, ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୋମନ ପୋଲେଇ, ପୋଲସରା ବ୍ଲକ ଅଧ୍ୟକ୍ଷ ବଳରାମ ସେଠୀ, ପୋଲସରା ବ୍ଲକ ବିଡ଼ିଓ ଶମ୍ଭୁନାଥ ନନ୍ଦି, ବ୍ଲକ ଉପାଧ୍ୟକ୍ଷା ସଂଯୁକ୍ତା ବାଡତ୍ୟାଙ୍କ ସମେତ ଜିଲ୍ଲା ପରିଷଦ ସଦସ୍ୟ ସଦସ୍ୟା,ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟା ଯୋଗ ଦେଇଥିଲେ । ଏହି ବ୍ଲକର ମଥୁରା, କୋଙ୍କରଡା, ମାଳ ତେନ୍ତୁଳିଆ, ନରସିଂହ ପଲ୍ଲୀ ଓ ସୋଡ଼କ ଗ୍ରାମର ବିଭିନ୍ନ ପ୍ରକଳ୍ପ ଉଦଘାଟନ ସମୟରେ ଗ୍ରାମବାସୀମାନେ ଅତିଥିବୃନ୍ଦଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜଣାଇ ପାଛୋଟି ନେଇଥିବା ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ