୫ଟି ବିଦ୍ୟାଳୟର ଶିକ୍ଷକ/ ଶିକ୍ଷୟିତ୍ରୀଙ୍କ ପ୍ରଶିକ୍ଷଣ ଶିବିର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ସରକାରଙ୍କ ୫-ଟି ଅନ୍ତର୍ଗତ ଗଜପତି ଜିଲ୍ଲାର ଚତୁର୍ଥ ର୍ପଯ୍ୟାୟ ରେ ୩ଟି ବ୍ଳକର ୧୭ ଟି ରୂପାନ୍ତରିତ ଉଚ୍ଚ ବିଦ୍ୟାଳୟର ୫୦ ଜଣ ଶିକ୍ଷକ / ଶିକ୍ଷୟିତ୍ରୀଙ୍କୁ ନତେୃତ୍ବ ବିକାଶ ଓ ଡିଜିଟାଲ କୌଶଳ ଭିତ୍ତିକ ତାଲିମ ୫ମ ଦିନରେ ସମାପନ ହୋଇଛି | ଏହି ତାଲିମ ଶିବିର ସ୍ଥାନୀୟ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା l ଓସପୋ ଆନୁକୂଲ୍ୟରେ ଆୟୋଜନ କରାଯାଇ ଆଡମ୍ବର ସହିତ ଶଷେହୋଇଥିଲା । ଏଥିରେ ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୋଷ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରି ବିଦ୍ୟାଳୟ ଗୁଡିକ ରେ ସ୍ମାର୍ଟ କ୍ଲାସରୁମ୍, ବିଜ୍ଞାନଗାର ଓ ଇ-ପାଠାଗାର ର ସୁବିନିଯୋଗ ଉପରେ ଗୁରୁତ୍ୱ ଆରୋପ କରିଥିଲେ l ଜିଲ୍ଲା ବିଜ୍ଞାନ ନିରୀକ୍ଷକ ସାତ୍ମିକ କୁମାର ପଟନାୟକ ସ୍ୱାଗତ ଭାଷଣ ଦବୋ ସଙ୍ଗେ ପାରମ୍ପରିକ ପଦ୍ଧତି ରେ ଓ ଇଲକେ୍ଟ୍ରୋନିକ ଓ ଡିଜିଟାଲ ପଦ୍ଧତିରେ ମିଳିତ ଭାବେ ଶିକ୍ଷା ଦାନ ଦ୍ୱାରା ଶିକ୍ଷା ଦାନ ପ୍ରକ୍ରିୟା ସରଳ କରିବା ଏହି ପ୍ରଶିକ୍ଷଣର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ପି.ଶିବ କୁମାର, ଓ ଏଲ. ଦିଲୀପ କୁମାର ପ୍ରଶିକ୍ଷକ ଭାବେ ନିୟୋଜିତ ହୋଇ ପ୍ରଶିକ୍ଷଣ କାର୍ଯ୍ୟକୁ ସୂଚାରୁ ରୂପେ ପରିଚାଳନା କରିଥିଲେ l ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ମିନାକ୍ଷୀ ପାଢୀ ଏବଂ ମହାରାଜା ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଶାନ୍ତ କୁମାର ପ୍ରଧାନ, ଲିଙ୍ଗରାଜ ପାଢୀ, ୱାଇ. ଧର୍ମା ରାଓ, ଦବେଦାସ ତାମରପୁ ,ସନ୍ତୋଷ କୁମାର ଆଚ।ରି, ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ଏହି ତାଲିମ ଜିଲ୍ଲାର ସମସ୍ତ ଉଚ୍ଚ ବିଦ୍ୟାଳୟର ସବୁ ଶିକ୍ଷକ/ ଶିକ୍ଷୟିତ୍ରୀ ମାନଙ୍କ ପାଇଁ ସମ୍ପ୍ରସାରିତ ହବୋର ଯୋଜନା ଥିବା କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ କରାଯାଇଅଛି । ଅନ୍ତିମ ଦିନରେ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ସାତ୍ମିକ କୁମାର ପଟନାୟକ ପ୍ରଶିକ୍ଷଣ ଶିବିରରେ ଉପସ୍ଥିତ ସମସ୍ତ ଶିକ୍ଷକ/ ଶିକ୍ଷତ୍ରି ମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିଥିଲେ ।