୫ମାସ ର ଦରମା ଦାବି ନେଇ ବି ଏସ ଏନ ଏଲ ଅଫିସ ଆଗରେ ଅସ୍ଥାୟୀ କର୍ମଚାରୀ ମାନଙ୍କ ଧାରଣା

(ଯୁଗାଦ୍ଦନ୍ୟୁଜ) ଓଡ଼ିଆ ସାରା ସମସ୍ତ ବି ଏସ ଏନ୍ ଏଲ ଅଫିସ ର ଠିକା / ଅସ୍ଥାୟୀ କର୍ମଚାରୀ ମାନେ ୫ମାସ ର ଦରମା ନପାଇ ଅଫିସ ଆଗରେ ଧାରଣା ଦେଇଥିବା ବେଳେ, ଆଜି ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ସହର ରେ ଥିବା ବି .ଏସ. ଏନ୍ .ଏଲ ଅଫିସ ର ଠିକା କର୍ମଚାରୀ ମାନେ ମଧ୍ୟ ଅଫିସ ଆଗରେ ଗତ ୫ମାସ ର ଦରମା ଦାବି କରି ୮ ଦିନ ହେଲା ଧାରଣା ରେ ବସିଛନ୍ତି, ଦୀର୍ଘ ୧୫-୨୦ ବର୍ଷ ହେଲା ଏହି ଠିକା କର୍ମଚାରୀ ମାନେ ଅଫିସ ର ସମସ୍ତ କାର‌୍ୟ୍ୟ କରୁଛନ୍ତି ତଥାପି ସେମାନଙ୍କୁ ଗତ ୫ ହେଲା ଦରମା ମିଳୁନି, କିନ୍ତୁ ସ୍ଥାୟୀ କର୍ମଚାରୀ ମାନଙ୍କ ର ଦରମା ଠିକ ସମୟ ରେ ପ୍ରତି ମାସରେ ମିଳୁଛି, ଅନ୍ୟପଟେ ଠିକା କର୍ମଚାରୀ ମାନଙ୍କ ଦରମା ନ ମିଳିବା ରୁ ସେମାନଙ୍କ ପାରିବାରିକ ସମସ୍ୟା ଅତି ଜଟିଳ ହୋଇପଡିଛି, ଏପରିକି କେତେ ଠିକା କର୍ମଚାରୀ ମାନଙ୍କ ଘରେ ଖାଇବା କୁ ମଧ୍ୟ ଚାଉଳ ନାହିଁ, ପିଲାଙ୍କ ଟିଉସନ ଫିଜ ଦେବାତ ଦୂର ର କଥା, ସେମାନଙ୍କ ର ଏହି ଦରମା ସମସ୍ୟା ବିଷୟରେ ଉପରିସ୍ଥ ବିଭାଗୀୟ ସମସ୍ତ ଅଧିକାରୀ ମାନଙ୍କୁ ଜଣାଇବା ପରେ ମଧ୍ୟ ସେମାନଙ୍କୁ କିଛି ସମାଧାନ ର ପ୍ରତିଶୃତି ମିଳିପାରୁନି, ତେଣୁ ସେମାନଙ୍କ ସମସ୍ୟା ର ସମାଧାନ ନ ହେଲେ ସମସ୍ତ ଠିକା କର୍ମଚାରୀମାନେ ମିଶି ଏହି ଆନ୍ଦୋଳନ କୁ ତୀବ୍ର ରୂପରେ ପରିଣତ କରିବେ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ