୫ମ ଥର ପାଇଁ ଜିଲ୍ଲା ବିଜେଡି ସଭାପତି ହେବେ ମାନସ ମାଡ଼କାମି

ମାଲକାନଗିରି, (ମନୋଜ କୁମାର ସାହା): ବିଜୁ ଜନତା ଦଳର ସାଙ୍ଗଠନିକ ନିର୍ବାଚନ ପାଇଁ ୫ମ ଥର ପାଇଁ ମାଲକାନଗିରି ଜିଲ୍ଲା ବିଜେଡି ସଭାପତି ଭାବେ ନାମଙ୍କନ ପତ୍ର ଦାଖଲ କରିଛନ୍ତି ପୂର୍ବତ୍ତନ ବିଧାୟକ ମାନସ ମାଡକାମି। ବିଜୁ ଜନତା ଦଳର ସାଙ୍ଗଠନିକ ନିର୍ବାଚନ କାର୍ଯ୍ୟକ୍ରମ ଚାଲିଥିବା ବେଳେ ପଞ୍ଚାୟତ, ବ୍ଲକ, ଏନ୍ ଏ ସି ଏବଂ ପୌର ପରିଷଦ ସ୍ତରର ସାଙ୍ଗଠନିକ ନିର୍ବାଚନ କାର୍ଯ୍ୟକ୍ରମ ପୂର୍ବରୁ ସରିଥିବା ବେଳେ ଜିଲ୍ଲା ସ୍ତରରେ ବିଜେଡି ସାଙ୍ଗଠନିକ ନିର୍ବାଚନ କାର୍ଯ୍ୟକ୍ରମ ଆଜି ନାମାଙ୍କନ ଭରିଲା ପରେ ଶେଷ ହୋଇଯାଇଛି । ମାଲକାନଗିରି ଜିଲ୍ଲା ର ପୂର୍ବତ୍ତନ ବିଧାୟକ ମାନସ ମାଡକାମି ମାଲକାନଗିରି ଜିଲ୍ଲା ବିଜେଡି ନିର୍ବାଚନ ଅଧିକାରୀ ଘନଶ୍ୟାମ ମାଡକାମିଙ୍କ ଉପସ୍ଥିତିରେ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳର ସଭାପତି ଭାବେ ୫ଥର ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ରାଜ୍ୟ ବିଜେଡି ନିର୍ବାଚନ ଅଧିକାରୀ ତଥା ବିରୋଧୀ ଦଳ ଉପମୁଖ୍ୟ ସଚେତକ ପ୍ରତାପ କେଶରୀ ଦେବଙ୍କ ନିକଟରେ। ରାଜ୍ୟ ବିଜେଡି ଶଙ୍ଖ ଭବନ ନିର୍ବାଚନ କାର୍ଯ୍ୟାଳୟ ଠାରେ ।ଏଥିରେ ପ୍ରସ୍ତାବକ ଥିଲେ ମାଲକାନଗିରି ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରି ତାଙ୍ଗୁଲ ଏବଂ ସମର୍ଥକ ଥିଲେ ମାଲକାନଗିରି ଜିଲ୍ଲା ବିଜେଡି ବରିଷ୍ଠ ନେତା ଗୋପାଳ କୃଷ୍ଣ ପଣ୍ଡା । ଆଜି ବିଜୁ ଜନତା ଦଳର ସାଙ୍ଗଠନିକ ନିର୍ବାଚନ ନାମାଙ୍କନ ପାଇଁ ଶେଷ ଦିନ ଥିବା ବେଳେ ମାଲକାନଗିରି ଜିଲ୍ଲା ବିଜେଡି ସଭାପତି ଭାବେ ଏକ ମାତ୍ର ଜଣେ ମାନସ ମାଡକାମି ନାମାଙ୍କନ ଭରିଥିବା ବେଳେ ସେ ମନୋନୀତ ହେଲେ ୫ମ ଥର ପାଇଁ ସଭାପତି ହୋଇ ରେକର୍ଡ ସୃଷ୍ଟି କରିବେ।ରାଜ୍ୟ ସଭାପତିଙ୍କ ପ୍ରାର୍ଥୀପତ୍ର ଚୟନ ଆସନ୍ତା ୧୯ ତାରିଖ ରେ ଅଛି।ଏଥିରେ ରାଜ୍ୟ ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ରାଜ୍ୟ ବିଜେଡି ନିର୍ବାଚନ ସହଯୋଗୀ ବିଜୟ ନାୟକ ମଧ୍ୟ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ