୫୧ଜଣ ଶିଶୁ ଉଦ୍ଧାର
ଭୁବନେଶ୍ୱର, (ୱାଇଏନ୍ଏସ୍):ହଜିଯାଇଥିବା ପିଲାମାନଙ୍କୁ ଖୋଜିବା ପାଇଁ ଓଡ଼ିଶା ପୋଲିସ୍ ଦ୍ୱାରା ଆରମ୍ଭ କରାଯାଇଥିବା ବିଶେଷ ଅଭିଯାନରେ ଗତ ୨୪ ଘଂଟା ମଧ୍ୟରେ ୫୧ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଛି । ଏମାନଙ୍କ ମଧ୍ୟରେ ୪୩ଜଣ ଝିଅ ହୋଇଥିବାବେଳେ ୮ଜଣ ପୁଅ । ଏମାନଙ୍କୁ ସେମାନଙ୍କ ପରିବାରବର୍ଗକୁ ହସ୍ତାନ୍ତର କରାଯାଇଥିବା ରାଜ୍ୟ ପୋଲିସ୍ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି ।


