୫୮ ଗ୍ରାମ ବ୍ରାଉନ ସୁଗାର ଜବତ, ୧ଗିରଫ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶ କ୍ରମେ ନିମାପଡା ଅବକାରୀ ଥାନା ଅଧିକାରିଣୀ ମମତା କୁମାରୀ ଦାସଙ୍କ ନେତୃତ୍ୱରେ ଏକ ଟିମ ଚଢାଉ କରି ନିମାପଡା ବଡବଜ଼ାର ନିକଟରୁ ମିଲନ ନାଏକ(୩୪)ଙ୍କୁ ଗିରଫ କରି ତାଙ୍କ ଠାରୁ ୫୮ଗ୍ରାମ ବ୍ରାଉନ ସୁଗାର ଜବତ କରିଛନ୍ତି। ନିମାପଡା ଅବକାରୀ ଥାନା ରେ କେସ ନଂ ୧୦୨/୨୦୨୩ ରେ ଏକ ମାମଲା ରୁଜ୍ଜୁ କରାଯିବା ସହିତ ଅଭିଯୁକ୍ତ ମିଲନ ଙ୍କୁ କୋର୍ଟ ଚାଲାଣ କରାଯାଇଛି। ତାଙ୍କ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ନିମାପଡା ଉପକାରଗାରକୁ ପଠାଇ ଦିଆଯାଇଛି।ଜବତ ବ୍ରାଉନ ସୁଗାର ର ଆନୁମାନିକ ମୂଲ୍ୟ ପ୍ରାୟ ୫ ଲକ୍ଷ ୮୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡିଛି।ଏହି ଚଢ଼ାଉରେ ଅବକାରୀ ଏସ.ଆଇ ନାରାୟଣ ବେହେରା, ଅବକାରୀ କର୍ମଚାରୀ ଆଶିଷ କୁମାର ପ୍ରଧାନ,ଶେଖ ୱାରିସ,ଜିତେନ୍ଦ୍ର ବେହେରା, ଜଗନ୍ନାଥ ଦାଶ,ଆଶିଷ ପ୍ରଧାନ ପ୍ରମୁଖ ସାମିଲ ଥିଲେ।