୫ ଗୋଟି ଗ୍ରାମବାସୀ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ କାର୍ଯ୍ୟାଳୟକୁ ଘେରାଉ କଲେ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା):ପ୍ରତିଶୃତିର ଦୀର୍ଘ ୮ ମାସ ପରେ ସୁଦ୍ଧା କୌଣସି ପଦକ୍ଷେପ ଗ୍ରହଣ କରାନଯିବା ପ୍ରତିବାଦରେ ଗଜପତି ଜିଲ୍ଲା ରାୟଗଡ ବ୍ଲକର ୫ଟି ଗ୍ରାମର ଜନସାଧାରଣ ପାନୀୟ ଜଳ ଯୋଗାଇବା ଦାବିରେ ଗଜପତି ଜିଲ୍ଲା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ କାର୍ଯ୍ୟାଳୟକୁ ଘେରାଉ କରିବା ସହ ଧାରଣାରେ ବସିଥିଲେ । ବାରମ୍ବାର ରାୟଗଡ ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗକୁ ଏସ୍. କରଡାସିଂ ପଞ୍ଚାୟତର କରଣସାହି ଗ୍ରାମ, ଅବାପୁର, ଲାଇଲାଇ ପଞ୍ଚାୟତର ବିସମପାଡି, ଲୋବା ସମେତ ୫ଟି ଗ୍ରାମର ଲୋକମାନେ ପାନୀୟ ଜଳ ଯୋଗାଇବା ସକାଶେ ବାରମ୍ବାର ଦ୍ବାରସ୍ଥ ହୋଇଥିଲେ । ବିଭାଗୀୟ କର୍ତ୍ତୃପକ୍ଷମାନେ ସେମାନଙ୍କୁ ଦୀର୍ଘ ୮ମାସ ହେଲା କେବଳ ପ୍ରତିଶୃତି ଦେଇ ଆସୁଥିଲେ । କିନ୍ତୁ ଜଳ ଯୋଗାଣ ନିମନ୍ତେ କୌଣସି ବ୍ୟବସ୍ଥା କରିନଥିଲେ.ତେଣୁ ଆମେ ୫ଗୋଟି ଗ୍ରାମର ଗ୍ରାମବାସୀମାନେ ଏକତ୍ରିତ ହୋଇ ପାରଳାଖେମୁଣ୍ଡିରେ ଥିବା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ କାର୍ଯ୍ୟାଳୟକୁ ଘେରାଉ କରିବା ସହ ଧାରଣା ଦେବାକୁ ବାଧ୍ୟ ହେଲୁ ବୋଲି ଗ୍ରାମବାସୀମାନେ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସୂଚନା ପ୍ରଦାନ କରି କହିଛନ୍ତିଯେ ପରିଶେଷରେ ବିଭାଗୀୟ ଯନ୍ତ୍ରୀ ରବିନ୍ଦ୍ର ଚୌଧୁରୀ ୧ମାସ ମଧ୍ୟରେ ନିଶ୍ଚିତ ଭାବେ ପାନୀୟ ଜଳ ବ୍ୟବସ୍ଥା କରାଯିବ ବୋଲି ପ୍ରତିଶୃତି ଦେବା ପରେ ଧାରଣାରୁ ହଟିଥିଲୁ. ହେଲେ ଆଗାମୀ ୧ ମାସ ମଧରେ ସମସ୍ୟା ସମାଧାନ ନ ହେଲେ ପୁଣି ଆନ୍ଦୋଳନ କରିବାକୁ ବାଧ୍ୟ ହେବୁ ବୋଲି ଗ୍ରାମବାସୀମାନେ ଚେତାବନୀ ଦେଇଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ