୫-ଟି ଓ ନବୀନ ଓଡିଶା ଅଧ୍ୟକ୍ଷଙ୍କ କେନ୍ଦ୍ରାପଡା ଗସ୍ତକୁ ନେଇ ସର୍କିଟ ହାଉସରେ ସ୍ୱତନ୍ତ୍ର ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):୫-ଟି ଓ ନବୀନ ଓଡିଶାର ଅଧ୍ୟକ୍ଷ ଭି.କାର୍ତ୍ତିକେୟନ ପାଣ୍ଡିଆନଙ୍କ କେନ୍ଦ୍ରାପଡା ଗସ୍ତକୁ ନେଇ ଆଜି ପୂର୍ବାହ୍ନରେ ପ୍ରଦକ୍ଷଣ କେନ୍ଦ୍ର(ସର୍କିଟ ହାଉସ)ରେ ବିଜୁ ଜନତା ଦଳର ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଅଧ୍ୟକ୍ଷତାରେ ଏକ ସ୍ୱତନ୍ତ୍ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରସ୍ତୁତି ବୈଠକରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ଜିଲ୍ଲା ପରିଷଦ ସଭାପତି ଗିତାଞ୍ଜଳୀ ସେଠୀ, ନଗରପାଳ ସରିତା ସାହୁ, ସଂଗଠନ ସମ୍ପାଦକ ରଞ୍ଜିତ ସାହୁ, ଜିଲ୍ଲା ବିଜେଡି ସଂଖ୍ୟାଲଘୁ ସେଲ ସଭାପତି ମହମ୍ମଦ ସେକ ଇନାୟତ(ଚନ୍ଦନ), ଯୁବନେତା ମହେନ୍ଦ୍ର ମିଶ୍ର, ଆଲୋକ ସାହୁ ପ୍ରମୁଖ ଯୋଗଦେଇ ଆସନ୍ତାକାଲି ଅପରାହ୍ନରେ କେନ୍ଦ୍ରାପଡା ଗସ୍ତରେ ଆସୁଥିବା ୫-ଟି ଓ ନବୀନ ଓଡିଶାର ଅଧ୍ୟକ୍ଷ ଭି.କାର୍ତ୍ତିକେୟନ ପାଣ୍ଡିଆନଙ୍କ ଗସ୍ତ ସମ୍ପର୍କରେ ଆଲୋଚନା କରିଥିଲେ । ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏହି ପ୍ରସ୍ତୁତିର ସମୀକ୍ଷା କରିବା ସହିତ ଉପସ୍ଥିତ ଦଳୀୟ କର୍ମକର୍ତ୍ତାମାନଙ୍କ ସହ ବିଭିନ୍ନ ବିଷୟରେ ମତ ବିନିମୟ କରିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ ଏହି ବୈଠକରେ କେନ୍ଦ୍ରାପଡା ବିଧାୟକ ଶଶି ଭୂଷଣ ବେହେରା ଅନୁପସ୍ଥିତ ଥିବା ଦେଖାଯାଇଥିଲା । ବିଶେଷ ସୁତ୍ରରୁ ପ୍ରକାଶ ଯେ ଗତକାଲି ଇଛାପୁର ଠାରେ ଅନୁଷ୍ଠିତ ବିଧାୟକଙ୍କ ବୈଠକରେ ବ୍ୟାପକ ବିଶୃଙ୍ଖଳା ସୃଷ୍ଟି ହେବା ପରେ ଆଜି ତାଙ୍କୁ ଦୂରେଇ ଦିଆଯାଇ ଏହି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । କେନ୍ଦ୍ରାପଡା ବିଧାୟକ ଶ୍ରୀ ବେହେରାଙ୍କ ବିରୋଧରେ କୁହୁଳୁ ଥିବା ଦଳୀୟ ଅସନ୍ତୋଷ ଯୋଗୁଁ ତାଙ୍କୁ ଏଥିରୁ ଦୂରେଇ ଦିଆଯାଇଥିବା ଜଣେ ଦଳୀୟ କର୍ମୀ ନିଜ ନାମ ଗୋପନ ରଖାଯିବା ସର୍ତ୍ତରେ ପ୍ରକାଶ କରିଛନ୍ତି । ଆସନ୍ତା କାଲି ୫-ଟି ଓ ନବୀନ ଓଡିଶାର ଅଧ୍ୟକ୍ଷ ଭି.କାର୍ତ୍ତିକେୟନ ପାଣ୍ଡିଆନଙ୍କ କେନ୍ଦ୍ରାପଡା ଗସ୍ତକୁ ସଫଳ କରିବା ପାଇଁ ସମସ୍ତ ଦଳୀୟ କର୍ମୀ ରାଜ୍ୟ ସାଂଗଠନିକ ସମ୍ପାଦକଙ୍କୁ ପ୍ରତିଶୃତି ଦେଇଥିବା ଜଣାପଡିଛି । ଅନ୍ୟମାନଙ୍କ ମଧ୍ୟରେ ଏହି ବୈଠକରେ ଯୁବନେତା ରାଜେଶ ପଣ୍ଡା, ଛାତ୍ର ବିଜେଡି ସଭାପତି ପ୍ରଦିପ ସାହୁ, ଉପନଗରପାଳ ଆକବରୀ ଖାତୁନ, ସବିତା ସାହୁ, କାଉନସିଲର କାଳି ପ୍ରସାଦ ମିଶ୍ର, ଚୈାଧୁରୀ ସୁକୁମାର ଦାସ, ପ୍ରଦୀପ୍ତ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ