୫-ଟି ରୂପାନ୍ତରିତ ସ୍କୁଲର ସମସ୍ୟା ବୁଲି ଦେଖିଲେ ବିଡିଓ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ନାଉଗାଁ ବ୍ଳକର ୮ଗୋଟି ୫-ଟି ରପାନ୍ତରିତ ସ୍କୁଲକୁ ବିଡିଓ ରଶ୍ମିରେଖା ମଲ୍ଲିକ ବୁଲି ଦେଖିଛନ୍ତି । ସେହିସବୁ ସ୍କୁଲ ଗୁଡିକ ହେଲା ଅଲଣାହାଟ ହାଇସ୍କୁଲ,ଏରେଡାସ୍ଥିତ ପଂଚାୟିତରାଜ ସରକାରୀ ହାଇସ୍କୁଲ, କଂଟୁଣିଆହାଟ ସରକାରୀ ହାଇସ୍କୁଲ, ନାଉଗାଁହାଟ ସରକାରୀ ହାଇସ୍କୁଲ, ଅଙ୍ଗେଶ୍ୱରପଡା ହାଇସ୍କୁଲ, ତିରୁଣାସ୍ଥିତ ଗୋପବନ୍ଧୁ ସ୍ମାରକୀ ହାଇସ୍କୁଲ, ଡେରିକିସ୍ଥିତ କସ୍ତୁରବା ବାଳିକା ହାଇସ୍କୁଲ, ରୋହିଆ ସରକାରୀ ହାଇସ୍କୁଲ । ଏହି ସବୁ ସ୍କୁଲର ଇ-ଲାଇବ୍ରେରୀ, ବିଜ୍ଞାନଗାର, ସ୍ମାର୍ଟ କ୍ଳାସରୁମ ଆଦି ବୁଲି ଦେଖିବା ସହିତ ସ୍କୁଲରେ ଥିବା ସମସ୍ୟା ବିଷୟରେ ସ୍କୁଲର ପ୍ରଧାନ ଶିକ୍ଷକ, ଛାତ୍ରଛାତ୍ରୀ, ସହକାରୀ ଶିକ୍ଷକଙ୍କ ସହ ଆଲୋଚନା କରିଥିଲେ । ପ୍ରତ୍ୟେକ ସ୍କୁଲରେ ଥିବା ସମସ୍ୟା ଗୁଡିକୁ ଉପରୀସ୍ତ ଅଧିକାରୀଙ୍କୁ ଅବଗତ କରାଯିବ ବୋଲି ବିଡିଓ ରଶ୍ମିରେଖା ମଲିକ ସୂଚନା ପ୍ରଦାନ କରିଛନ୍ତି । ବିଡିଓଙ୍କ ସହିତ ବ୍ଳକ ଶିକ୍ଷାଧିକାରୀ ମନୋରାମା ରାଉତ, ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଇଂ. ଅଂକିତା ଜାଲି, କନିଷ୍ଠ ଯନ୍ତ୍ରୀ ଶାରଦା ପ୍ରସନ୍ନ ସ୍ୱାଇଁ, ସ୍ମୃତିରଂଜନ ନାୟକ, ବୈଷୟିକ ପରାମର୍ଶଦାତା ପୁନମ ବିଶ୍ୱାଳ ପ୍ରମୁଖ ସାମିଲ ଥିଲେ ।


