ଶିକ୍ଷକ ଡ.ଧୂଳିଶ୍ୱର ସ୍ୱାଇଁଙ୍କ ୪ର୍ଥ ଶ୍ରାଦ୍ଧ ବାର୍ଷିକରେ ସ୍ମତିସଭା ଓ ବୃକ୍ଷରୋପଣ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ନାଉଗାଁ ବ୍ଳକ ଅନ୍ତର୍ଗତ ଅଲଣାହାଟ ଉଚ୍ଚ ବିଦ୍ୟାଳୟ ପରିସରରେ ବୁଧବାର ପ୍ରାକ୍ତନ ଶିକ୍ଷକ ସ୍ୱର୍ଗତ ଡ.ଧୂଳିଶ୍ୱର ସ୍ୱାଇଁଙ୍କ ୪ର୍ଥ ଶ୍ରାଦ୍ଧ ବାର୍ଷିକ ଅବସରରେ ସ୍ମୃତିସଭା ଓ ବୃକ୍ଷରୋପଣ କରାଯାଇଥିଲା । ଡାକ୍ତର ରାଖାଲ ରାୟଙ୍କ ସଭାପତିତ୍ୱରେ ଆୟୋଜିତ ସ୍ମୃତିସଭାରେ ମୁଖ୍ୟ ଅତିଥି ଭାବେ ନାଉଗାଁ ୧ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟା ଅମିତା ସ୍ୱାଇଁ, ମୁଖ୍ୟବକ୍ତା ବଂଶୀଧର ଆଚାର୍ଯ୍ୟ, ଲଲାଟେନ୍ଦୁ ରାୟ, ମନୋଜ ନାୟକ, ପୂତ୍ରବଧୂ ମିନତୀ ସ୍ୱାଇଁ, ନାତୁଣୀ ସାଇ ଶୁଭଶ୍ରୀ ସ୍ୱାମୀ ଯୋଗ ଦେଇ ବିଦ୍ୟାଳୟ ଗଠନରେ ତାଙ୍କର ଅବଦାନ ଉପରେ ଆଲୋକପାତ କରିଥିଲେ । ପ୍ରଥମେ ଅତିଥିମାନେ ବିଦ୍ୟାଳୟ ପରିସରରେ ଥିବା ସ୍ୱର୍ଗତ ସ୍ୱାଇଁଙ୍କର ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ । ପରେ ପୁରାତନ ଛାତ୍ରଛାତ୍ରୀଙ୍କ ଦ୍ୱାରା ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଭାରାପ୍ରାପ୍ତ ପ୍ରଧାନ ଶିକ୍ଷକ ବସନ୍ତ କୁମାର ସ୍ୱାଇଁ, ଶିକ୍ଷକ ଅମୂଲ୍ୟ କୁମାର ମିଶ୍ର ,ସୁବୋଧ କୁମାର ରାୟ ପରିଚାଳନା କରିଥିଲେ ।


