୫- ଟି ସଚିବ ଙ୍କ ସାନଖେମୁଣ୍ଡି ଗ୍ରସ୍ତ ପାଇଁ ଜିଲ୍ଲାପାଳ ଙ୍କ ସମୀକ୍ଷା

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):୫ଟି ସଚିବ ଭି କେ ପାଣ୍ଡିଆନ ଙ୍କ ୩ଦିନିଆ ଗଞ୍ଜାମ ଗ୍ରସ୍ତ ରେ ଆସୁଥିବା ବେଳେ ଆସନ୍ତା ୨୭ ତାରିଖରେ ୫ଟି ସଚିବଙ୍କ ସାନଖେମୁଣ୍ଡି ଗ୍ରସ୍ତ ରହିଥିବା ସୂଚନା ମିଳିଛି। ଏହି ପରିପ୍ରେକ୍ଷୀରେ ପ୍ରସ୍ତୁତି ଯୋରସୋର ଚାଲିଥିବା ଦେଖିବାକୁ ମିଳିଛି। ଆଜି ସୋମବାର ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଭି କୀର୍ତ୍ତିଭାସନ ବ୍ରହ୍ମପୁର ଉପ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣି ସାନଖେମୁଣ୍ଡି ଗସ୍ତରେ ଆସି ରାମଚନ୍ଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ଜଗନ୍ନାଥପୁର ରେ ଅବସ୍ଥିତ ବିଶାଳ ପଡିଆ ଠାରେ ପହଞ୍ଚି ହେବାକୁ ଥିବା ହେଲିପ୍ୟାଡ ଓ କାର୍ଯ୍ୟକ୍ରମ ସ୍ଥଳ ସମୀକ୍ଷା କରିଥିବା ଜଣାପଡ଼ିଛି। ୫ଟି ସଚିବ ଙ୍କ କାର୍ଯ୍ୟକ୍ରଗୁଡ଼ିକ ଯେଉଁ ଭଳି ସୂଚାରୁ ରୁପେ ହୋଇପାରିବ ସେ ନେଇ ବିଡ଼ିଓ ଗାୟତ୍ରୀ ଦତ୍ତ ନାୟକ,ସାନଖେମୁଣ୍ଡି ତହସିଲଦାର ଡଃ ଶ୍ରୀନିବାସ ବେହେରା ,ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ଙ୍କ ସହ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ। ଏଥିସହ ଜନସାଧାରଣ ଙ୍କ ସମାଗମ କୁ ଦୃଷ୍ଟି ଦେଇ ସୁରକ୍ଷା ବ୍ୟବସ୍ଥା ଆଇନ ଶୃଙ୍ଖଳା କଡାକଡି କରାଯିବା ପାଇଁ ପରାମର୍ଶ ଦେଇଥିଲେ। ଗାଡ଼ି ପାର୍କିଂବ୍ୟବସ୍ଥା ଯାତାୟତ ଟ୍ରାଫିକ ନିୟନ୍ତ୍ରଣ ଉପରେ ସମୀକ୍ଷା କରିଛନ୍ତି। ଜିଲ୍ଲାପାଳଙ୍କ ଆଲୋଚନା ବେଳେ ଶେରଗଡ଼ ପୂର୍ତ୍ତ ବିଭାଗ ପକ୍ଷରୁ ସହକାରୀ ଯନ୍ତ୍ରୀ ବନୋଜ ସେଠୀ , ସରକାରୀ କର୍ମଚାରି ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି ଆଲୋଚନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ