୫ ବାଇକ ଚୋର ଗିରଫ

ବାଲେଶ୍ୱର, (ସରୋଜ ପଣ୍ଡା):ସହଦେବଖୁଣ୍ଟା ଥାନା ପୁଲିସ ୫ଜଣ ବାଇକଚୋରଙ୍କୁ ଗିରଫ କରିଛି । ସେମାନଙ୍କଠାରୁ ୭ଟି ମୋଟର ସାଇକେଲ ଜବତ କରାଯାଇଛି । ଏଥି ସହିତ ସୋମନାଥପୁର ଅଞ୍ଚଳର ଏକ ଗ୍ୟାରେଜରୁ ୧୨ଟି ସ୍କ୍ରାପ ମୋଟର ସାଇକେଲର ସ୍ପେଆର ପାର୍ଟସ ପୁଲିସ ଜବତ କରିଥିବା ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଏସପି ସବିଶେଷ ସୂଚନା ଦେଇଛନ୍ତି । ତେବେ ଏହି ଚୋରୀ ଘଟଣାରେ ଗିରଫ ୫ ଯୁବକଙ୍କ ଅଭିୁକ୍ତମାନଙ୍କର ନାମ କହିନଥିଲେ । ଅନ୍ୟପକ୍ଷରେ ସମ୍ପୃକ୍ତ ଯୁବକମାନେ ରେମୁଣା, ସୋମନାଥୁର ଓ ଅରଡ଼ ବଜାର ଅଞ୍ଚଳର ବୋଲି ସେ ସୂଚନା ଦେଇଛନ୍ତି । ଗାଡ଼ି ଚୋରି ହୋଇଥିବା ନେଇ ଶ୍ରୀକଣ୍ଠୁର ଅଞ୍ଚଳର ଅଶୋକ କୁମାର ନାୟକ ନେଇ ତା ୧୧.୪.୨୦୨୩ ରିଖରେ ସହଦେବଖୁଣ୍ଟା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ସେହିଦିନ ସକାଳ ୮.୧୫ ମିନିଟ ସମୟରେ ଝାଡେଶ୍ୱର ମନ୍ଦିର ନିକଟରେ ନିଜର ଓଡି୦୧ଡି ୪୯୯୭ ନମ୍ବର ବିଶିଷ୍ଟ ମୋଟର ସାଇକେଲ ରଖି ପରିବା କିଣିବାକୁ ଯାଇଥିବା ବେଳେ ଅଚ୍ୟତପୁର ଅଞ୍ଚଳର ବିଜୟ ବେହେରା ନାମକ ଜଣେ ବ୍ୟକ୍ତି ତାଙ୍କ ମୋଟର ସାଇକେଲ ଚୋରି ପାଇଁ ଉଦ୍ୟମ କରୁଥିଲା । ଲୋକେ ତାକୁ ଧରି ପୁଲିସରେ ଦେଇଥିଲେ । ସେହିପର ଚାନ୍ଦିପୁର ଅଞ୍ଚଳର ମନୋଜ କୁମାର ମଲ୍ଲିକ ଅନଲାଇନରେ ଅଭିଯୋଗ କରିଥିଲେ ଯେ ଏଡିଏମ ଛକରୁ ତାଙ୍କର ଓଡ଼ି୦୧ଏସ ୬୬୭୦ ନମ୍ବର ବିଶିଷ୍ଟ ମୋଟର ସାଇକେଲ ଚୋରି ହୋଇଯାଇଥିଲା । ଉପରୋକ୍ତ ଦୁଇଟି ମାମଲାକୁ ନେଇ ତଦନ୍ତ ବେଳେ ଚୋରି ରାକେଟ ସମେତ ଗ୍ୟାରେଜକୁ ପୁଲିସ ଠାବ କରିଥିବା ସହଦେବଖୁଣ୍ଟା ଥାନାଧିକାରୀ ଶୁଭ୍ରାଂଶୁ ନାୟକ ପ୍ରକାଶ କରିଛନ୍ତି ।
ରାଜ୍ୟ ବାର କାଉନସିଲ ସଭ୍ୟ ନିର୍ବାଚନ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ