୫ ମିନିଟ୍ ଧରି ରେଖାଙ୍କୁ ଜୋରଜବରଦସ୍ତି ଚୁମା ଦେଇଥିଲେ ବଶ୍ୱଜିତ୍
ବଲିଉଡ୍ ଅଭିନେତ୍ରୀ ରେଖାଙ୍କୁ ଜଣେ ଅଭିନେତା ଥରେ ଜାରଜବରଦସ୍ତି ଚୁମା ଦେଇଥିଲେ, ଯାହା ସେତେବେଳେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଥିଲା । ରେଖାଙ୍କ ଜୀବନୀ ଉପରେ ଲିଖିତ ପୁସ୍ତକ “ରେଖା: ଦ ଅନଟୋଲ୍ଡ ଷ୍ଟୋରୀ’ରେ ବି ଏ କଥା ଉଲ୍ଲେଖ ରହିଛି । ଏ ଘଟଣା ଯେତେବେଳେ ଘଟିଥିଲା ସେତେବେଳେ ତାଙ୍କୁ ମାତ୍ର ୧୫ ବର୍ଷ ହୋଇଥିଲା । ସେ ତାଙ୍କର ପ୍ରଥମ ହିନ୍ଦୀ ଫିଲ୍ମ “ଅନଜାନ୍ ସଫର୍’ର ଶୁଟିଂ କରୁଥିଲେ । ଏଥିରେ ଅଭିନେତା ଥିଲେ ତାଙ୍କଠାରୁ ବୟସରେ ବହୁତ ବଡ଼ ବିଶ୍ୱଜିତ୍ ଚାଟାର୍ଜୀ । ଦୁହିଁଙ୍କୁ ନେଇ ଏକ ରୋମାଣ୍ଟିକ୍ ସିନ୍ ଥାଏ । ଆଉ ଡାଇରେକ୍ଟର ଆକ୍ସନ କହିବା ମାତ୍ରେ ବିଶ୍ୱଜିତ୍ ତାଙ୍କୁ ଜୋରଜବରଦସ୍ତି ଚୁମା ଦେବା ଆରମ୍ଭ କରି ଦେଲେ । ରେଖା ତାଙ୍କୁ ହଟାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ବିଫଳ ହାଇଥିଲେ । ବିଶ୍ୱଜିତ୍ ପ୍ରାୟ ୫ ମିନିଟ୍ ପର୍ଯ୍ୟନ୍ତ ତାଙ୍କୁ ଚୁମା ଦେଇ ଚାଲିଥିଲେ । ରେଖା ଆଖି ବନ୍ଦ କରି ଦେଇଥିଲେ, କିନ୍ତୁ ସେଥିରୁ ଲୁହ ବାହାରିବା ସ୍ପଷ୍ଟ ଦେଖାଯାଉଥିଲା । କ୍ୟାମେରା ବି ଏହି ଦୃଶ୍ୟକୁ ଉତ୍ତୋଳନ କରିବାରେ ବ୍ୟସ୍ତ ଥିଲା । ଏପରିକି ପୂରା ୟୁନିଟ୍ ବି ଏ ଦୃଶ୍ୟ ଦେଖି ହୁଇସିଲ୍ ମାରୁଥିଲା । କଥା ହେଉଛି, ସିନରେ ଚୁମା ରହିବ ବୋଲି ରେଖାଙ୍କୁ କିଛି କୁହାଯାଇ ନଥିଲା । କିନ୍ତୁ ନିର୍ଦ୍ଦେଶକ ରାଜା ନୱାଠେ ଓ ବିଶ୍ୱଜିତ୍ ଚାଟାର୍ଜୀ ଏ ବିଷୟରେ ଜାଣିଥିଲେ । ସେଥିପାଇଁ ନିର୍ଦ୍ଦେଶକ ଏ ସିନ୍ ୫ ମିନିଟ୍ ଧରି ଚାଲିଥିଲେ ମଧ୍ୟ କଟ୍ କହି ନଥିଲେ । ଏ ଘଟଣା ନେଇ ବିଶ୍ୱଜିତ୍ କହିଥିଲେ ଯେ ଏହି ଆଇଡିଆ ରାଜା ନୱାଠେଙ୍କର ଥିଲା । ସେ ହିଁ ତାଙ୍କୁ ଏହି କିସ୍ ସିନ୍ କରିବାକୁ ପ୍ରବର୍ତ୍ତାଇ ଥିଲେ । ସେତେବେଳେ ଏହି ସିନ୍ ଭାରି ଚର୍ଚ୍ଚାରେ ରହିଥିଲା । ଏହି ସିନକୁ କାଟିବାକୁ ସେନ୍ସର୍ ବୋର୍ଡ ଚେଷ୍ଟା କରିଥିଲା । ଫଳରେ ଏ କଥା କୋର୍ଟ ପର୍ଯ୍ୟନ୍ତ ଯାଇଥିଲା । କଥା ଏତେ ବଢ଼ିଗଲା ଯେ ଆମେରିକାର “ଲାଇଫ୍’ ମାଗାଜିନ୍ ଏହାକୁ ନେଇ କଭର୍ ଷ୍ଟୋରୀ କରିଥିଲା । ଆଉ ଏହାର ଶୀର୍ଷକ ଥିଲା- “ଦ କିସିଙ୍ଗ୍ କ୍ରାଇସିସ୍ ଅଫ୍ ଇଣ୍ଡିଆ’ ।


