୬ ଓଏଏସ ଗଲେ ଗଞ୍ଜାମ

ଭୁବନେଶ୍ୱର: ଗଞ୍ଜାମରେ କରୋନା ଏବେ ବେକାବୁ ହୋଇଯାଇଛି । ନିୟନ୍ତ୍ରଣ ବାହାରେ କରୋନା ସ୍ଥିତି । ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ସତ୍ତ୍ୱେ ଗଞ୍ଜାମରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ନେଇ ୨ ଆଇଏଏସଙ୍କ ଭଳି ଗଞ୍ଜାମ ଜିଲ୍ଲା ପାଇଁ ପୁଣି ୬ ଜଣ ଓଏଏସ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି । କରୋନା ପରିଚାଳନା ନେଇ ସମ୍ପୃକ୍ତ ଅଧିକାରୀ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶରେ କାମ କରିବେ । ସମ୍ପୃକ୍ତ ୬ ଓଏଏସ ଅଧିକାରୀମାନେ ହେଲେ ସୁଧାକର ନାୟକ, ଲୋକନାଥ ଦଳବେହେରା, ପଦ୍ମନାଭ ବେହେରା, ଶକ୍ତିକାନ୍ତ ରାୟ, ଚିତ୍ତରଞ୍ଜନ ମହାନ୍ତ, ଶୁଭେନ୍ଦ୍ର କୁମାର ସାମଲ । ଏହା ପୂର୍ବରୁ କରୋନା ପରିଚାଳନା ପାଇଁ ଗଞ୍ଜାମ ଜିଲ୍ଲାକୁ ୨ ଜଣ ଆଇଏଏସ ଅଧିକାରୀ ଯାଇଛନ୍ତି । ଗଞ୍ଜାମ ଜିଲ୍ଲା ପାଇଁ ରାଜ୍ୟ ସରକାର ୨ ସ୍ପେଶାଲ ଏଡିଏମଙ୍କୁ ନିଯୁକ୍ତ କରିଛନ୍ତି । ଆଇଏଏସ ପାରୁଲ ପଟାୱାରୀ ଓ ବିଶାଲ ସିଂହଙ୍କୁ ସ୍ୱତନ୍ତ୍ର ଏଡିଏମଭାବେ ନିଯୁକ୍ତ କରାଯାଇଛି । ପାରୁଲ ପଟାୱାରୀଙ୍କୁ ଉତ୍ରପୁର ଉପଖଣ୍ଡ କରୋନା ପରିଚାଳନା ଦାୟିତ୍ୱ ଦିଆଯାଇଥିବାବେଳେ ବିଶାଲ ସିଂହଙ୍କୁ ଭଞ୍ଜନଗର ଉପଖଣ୍ଡ କେରାନା ପରିଚାଳନା ଦାୟିତ୍ୱ ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ