୬ ମାସ ହେବ ନଳକୂପ ଖରାପ ଅଭିଯୋଗ କଲେ ବି ମରାମତି ନାହିଁ
ନାଉଗାଁ, (ଓ୍ବାଇଏନ୍ଏସ୍) : ରାଜ୍ୟ ସରକାରଙ୍କ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ନଳକୂପ,ପାଣି ଟାଙ୍କି ମାଧ୍ୟମରେ ଗାଁ ଗଣ୍ଡାରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଉଛି । ଆବଶ୍ୟକତାକୁ ଦୃଷ୍ଟିରେ ରଖି ପଂଚାୟତ ଗୁଡିକରେ ନୂତନ ନଳକୂପ ବସାଇବା ସହିତ ପୁରୁଣା ନଳକୂପର ମରାମତି କାର୍ଯ୍ୟ କରିବା ପାଇଁ ଗ୍ରାମ ପଂଚାୟତ ଗୁଡିକୁ କ୍ଷମତା ପ୍ରଦାନ କରାଯାଇଛି । କିନ୍ତୁ ୬ମାସରୁ ଉଦ୍ଦ୍ୱର୍ ହେବ ନାଉଗାଁ ବ୍ଳକ ଅନ୍ତର୍ଗତ ନାଉଗାଁ ବଜାରରେ ଥିବା ଏକ ନଳକୂପ ଖରାପ ହୋଇ ପଡି ରହିଛି । ଉକ୍ତ ନଳକୂପକୁ ମରାମତି କରିବା ପାଇଁ ବଜାର କମିଟି ପକ୍ଷରୁ ପଂଚାୟତର ସରପଂଚଙ୍କ ନିକଟରେ ବାରମ୍ବାର ଅଭିଯୋଗ କଲେ ବି କୌଣସି ସୁଫଳ ମିଳୁ ନଥିବା ଜଣାଯାଇଛି । ସୂଚନା ମୁତାବକ ଉକ୍ତ ନଳକୂପ ଉପରେ ବଜାରର ୪ଟି ଜଳଖିଆ ଦୋକାନ, ୪ଟି ହୋଟେଲ ଓ ୫୦ରୁ ଉଦ୍ଦ୍ୱର୍ ଛୋଟ,ବଡ ଦୋକାନ ନିର୍ଭର କରନ୍ତି । ନଳକୂପଟି ମା ଜଗଦମ୍ବା ହୋଟେଲ ସମ୍ମୁଖରେ ଅବସ୍ଥିତ ଥିବା ବେଳେ ବାଲିଭଉଁରି-ଶିଖରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ପାଶ୍ୱର୍ରେ ଅବସ୍ଥିତ । କେବଳ ଯେ ଦୋକାନୀ ନୁହଁନ୍ତି ଏହି ନଳକୂପ ଉପରେ ଅନେକ ପଥଚାରୀ ମଧ୍ୟ ପାଣି ପାଇଁ ନିର୍ଭର କରିଥାନ୍ତି । ବାରମ୍ବାର ଅଭିଯୋଗ ସତ୍ୱେ ବି ନଳକୂପଟି ମରାମତି ନହେବାରୁ ବଜାର କମିଟି ତଥା ଦୋକାନୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ପାଣି ପାଇଁ ଦୋକାନୀ ମାନେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ସେହିପରି ନୂତନ ବସଷ୍ଟାଣ୍ଡ ପାଶ୍ୱର୍ରେ ଥିବା ପରିବା ଦୋକାନ ସମ୍ମୁଖରେ ଆଉ ଏକ ନଳକୂପ ରହିଅଛି । ଉକ୍ତ ନଳକୂପ ଟି ଦୀର୍ଘ ୨ ବର୍ଷ ହେବ ପଂଚାୟତ ତରଫରୁ ବସାଯାଇଛି । ଏହି ନଳ କୂପ ଉପରେ ଛୋଟ ବଡ ଜଳଖିଆ ଦୋକାନ,ହୋଟେଲ ଓ ୪୦ରୁ ଉଦ୍ଦ୍ୱର୍ ଅନ୍ୟାନ୍ୟ ଦୋକାନ ନିର୍ଭର କରନ୍ତି । ନଳକୂପଟି ବସଷ୍ଟାଣ୍ଡ ନିକଟରେ ଥିବାରୁ ବସ, ଟ୍ରେକର, ଅଟୋରେ ଆସିଥିବା ଯାତ୍ରୀ ଏହି ନଳକୂପ ଉପରେ ପାଣି ପାଇଁ ନିର୍ଭର କରନ୍ତି । ସେହିପରି ଡ୍ରାଇଭରମାନେ ବହୁ ସମୟରେ ଏହି ନଳକୂପରେ ସ୍ନାନ ଆଦି କରିଥାନ୍ତି । ୨ବର୍ଷ ହେବ ଏହି ନଳକୂପ ବସା ଯାଇଥିଲେ ମଧ୍ୟ ଏହାର ଚତୁଃପାଶ୍ୱର୍ ଚଉତରା କରାଯାଉନାହିଁ । ତେଣୁ ଦୋକାନୀମାନେ ଧୁଆ,ମଜା କରିବା ଦ୍ୱାରା ସେଠାରେ ପାଣି ଜମି ଏକ ପ୍ରକାର ଦୁର୍ଗନ୍ଧ ବାହାରୁଛି । ତେଣୁ ଉକ୍ତ ୨ଟି ନଳକୂପକୁ ଯଥା ଶୀଘ୍ର କାର୍ଯ୍ୟ କରିବା ପାଇଁ ଦୋକାନୀ ଓ ବଜାର କମିଟିର ସଦସ୍ୟମାନେ ପ୍ରଶାସନ ନିକଟରେ ଦୃଢ ଦାବି କରିଛନ୍ତି । ଏ ସଂପର୍କରେ ନାଉଗାଁ ଗ୍ରାମ ପଂଚାୟତର ସରପଂଚ ବ୍ରଜକିଶୋର ପରିଜା ଓ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅମର ମଲ୍ଲିକଙ୍କୁ ଯୋଗାଯୋଗ କରାଯାଇଥିଲେ ବି ତାହା ସମ୍ଭବ ହୋଇ ନଥିଲା । ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ ଚନ୍ଦ୍ରଶେଖର ସାହୁଙ୍କୁ ପଚାରିବାରୁ ଏ ବିଷୟରେ ମୁଁ ଜାଣି ନାହିଁ, ପଂଚାୟତ ଅଧିକାରୀଙ୍କ ସହିତ କଥା ହୋଇ ଖୁବ ଶୀଘ୍ର ମରାମତି କରାଯିବ ବୋଲି ମତ ପ୍ରକାଶ କରିଥିଲେ ।