୭ଟି ଏନଏସିର ହେବ ଭିତ୍ତିଭୂମିର ବିକାଶ

ଛତ୍ରପୁର, (ଦେବଦତ୍ତ ମହାରଣା):ଗଞ୍ଜାମ ଜିଲ୍ଲାର ସୋରଡା, ବେଲଗୁଣ୍ଠା, ଆସିକା, କବିସୂର୍ଯ୍ୟନଗର, ବୁଗୁଡା, ଦିଗପହଣ୍ଡି ଓ ଗୋପାଳପୁର ଏନଏସିର ଭିତ୍ତିଭୁମିର ବିକାଶ ନିମନ୍ତେ ୨୦୮ ଟି ପ୍ରକଳ୍ପର ୧୨ କୋଟି ୩୫ ଲକ୍ଷ ଟଙ୍କା ମଞ୍ଜୁର ଅନୁମୋଦନ ପାଇଁ ୫ ଟି ସଚିବଙ୍କ ଜରିଆରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିବେଦନ କରାଯାଇଛି । ସ୍ଥାନୀୟ ଜିଲ୍ଲାପାଳଙ୍କ ଓସ୍ୱାନ ସମ୍ମିଳନୀ ହଲ ଠାରେ ଏନଏସି ଅନ୍ତର୍ଗତ ନିର୍ବାଚନ ମଣ୍ଡଳୀର ବିଧାୟକ/ ବିଧାୟିକା, ବୁଦ୍ଧିଯିବୀ ଓ ମହିଳା ମାନେ ଗୁରୁବାର ଉପସ୍ଥିତ ରହି ଭିସି ଜରିଆରେ ୫ ଟି ସଚିବ ଭି.କେ. ପାଣ୍ଡିଆନଙ୍କ ସହ କଥା ହୋଇ ବିଭିନ୍ନ ପ୍ରକଳ୍ପର ମଞ୍ଜୁର ନିମନ୍ତେ ନିବେଦନ କରିଥିଲେ । ଏଥି ସହ ୫ ଟି ସଚିବ ମୁକ୍ତା ଯୋଜନାରେ ମହିଳା ମାନଙ୍କୁ ସଂଶକ୍ତିକରଣ କରାଯାଇଥିବା କହିବା ସହ ପ୍ରତ୍ୟେକ ଏନଏସିର ମହିଳା ଜନପ୍ରତିନିଧି ମାନଙ୍କ ସହ ମଧ୍ୟ କଥା ହୋଇଥିଲେ । ଏ ସମସ୍ତ ଏନଏସିର ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି କ୍ଷୁଦ୍ର ଉଦ୍ୟାନ, ପବ୍ଲିକ ଜିମ୍‌, ଶିଶୁ କ୍ରୀଡା ଉଦ୍ୟାନ, ଶୌଚାଳୟ, ଚାଲିବା ରାସ୍ତା, ଜଳାଶ୍ରୟ, ରାସ୍ତା କଡ ବିକ୍ରି ସ୍ଥଳୀ, ରାସ୍ତା ଓ ଡ୍ରେନ ଆଦି ମୋଟ ୨୦୮ଟି ପ୍ରକଳ୍ପ ନିମନ୍ତେ ୧୨ କୋଟି ୩୫ ଲକ୍ଷ ବ୍ୟୟ ଅଟକଳର ଅନୁମୋଦନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଯାଇଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍ଗ ଉପସ୍ଥିତିରେ ୫ ଟି ସଚିବଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରେରଣ କରାଯାଇଛି । ଅଂଚଳର ବୁଦ୍ଧିଷିବୀ ଓ ମହିଳା ମାନେ ଏନଏସି ଗୁଡିକରେ ଆବଶୟକତା ଥିବା ବିଭିନ୍ନ କାର୍ଯ୍ୟ ସଂପର୍କରେ ୫ଟି ସଚିବଙ୍କ ମଧ୍ୟ ଦୃଷ୍ଟି ଆକର୍ଷଣ କରିଥିଲେ । ମୁକ୍ତା ଯୋଜନା ଯାହାକି, ମହିଳା ମାନଙ୍କ ନିମନ୍ତେ ଏକ ସ୍ୱତନ୍ତ୍ର ଯୋଜନା ବୋଲି ଉପସ୍ଥିତ ଥିବା ମହିଳା ମାନେ ୫ଟି ସଚିବଙ୍କୁ କହିଥିଲେ । ଏ ସମସ୍ତ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଏକ ସପ୍ତାହ ମଧ୍ୟରେ ମଞ୍ଜୁର କରିବେ ବୋଲି ୫ ଟି ସଚିବ ଉପସ୍ଥିତ ଜନପ୍ରତିନିଧି ଓ ସମସ୍ତ ଏନଏସି ବାସିନ୍ଦା ମାନଙ୍କୁ ପ୍ରତିଶୃତି ଦେଇଛନ୍ତି । ଏହି ଭିଡିଓ କନଫେରେନ୍ସିରେ ଦିଗପହଣ୍ଡି ବିଧାୟକ ତଥା ଓଡିଶା ବିଧାନ ସଭାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ତଥା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍‌, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତାତ୍ରେୟ ଭାଉ ସାହେବ, ବ୍ରହ୍ମପୁର ଉପଜିଲ୍ଲାପାଳ ଭି. କୀର୍ତ୍ତିୱାସନ ୱ, ଡୁଡା ପିଡି ସଚ୍ଚିଦାନନ୍ଦ ନାୟକ, ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପଲ୍ଳ୍ ନିର୍ଦ୍ଦେଶକ ଜ୍ୟୋତି ଶଙ୍କର ରାୟ, ସମସ୍ତ ଏନଏସିର କାର୍ଯ୍ୟ ନିର୍ବାହୀ ଅଧିକାରୀ, ଏନଏସିରୁ ଆସିଥିବା ଜନପ୍ରତିନିଧି ଓ ବୁଦ୍ଧିଜିବୀ ଗଣ ଉପସ୍ଥିତ ଥିଲେ । ୭ଟି ଏନଏସିର ୨୦୮ ଟି ପ୍ରକଳ୍ପ ମଧ୍ୟରୁ ବୁଗୁଡା ଏନଏସି ନିମନ୍ତେ ୧ କୋଟି ୯୦ ଟକ୍ଷ ଟଙ୍କା ମଞ୍ଜୁର ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରାଯାଇଥିବା ବେଳେ ଆସିକା ଏନଏସି ର ୨୪ ଟି ପ୍ରକଳ୍ପ ନିମନ୍ତେ ୨ କୋଟି ୩୨ ଲକ୍ଷ, କବିସୂର୍ଯ୍ୟନଗର ଏନଏସି ର ୬୯ ଟି ପ୍ରକଳ୍ପ ନିମନ୍ତେ ୨ କୋଟି ୧୭ ଲକ୍ଷ, ଦିଗପହଣ୍ଡି ଏନଏସି ର ୨୪ ଟି ପ୍ରକଳ୍ପ ନିମନ୍ତେ ୧ କୋଟି ୫୦ ଲକ୍ଷ, ଗୋପାଳପୁର ଏନଏସି ର ୨୦ ଟି ପ୍ରକଳ୍ପ ନିମନ୍ତେ ୧ କୋଟି ୫୦ ଲକ୍ଷ, ସୋରଡା ଏନଏସି ର ୨୩ ଟି ପ୍ରକଳ୍ପ ନିମନ୍ତେ ୧ କୋଟି ୬୬ ଲକ୍ଷ ଓ ବେଲଗୁଣ୍ଠା ଏନଏସିର ୧୯ଟି ପ୍ରକଳ୍ପ ନିମନ୍ତେ ୧ କୋଟି ୩୦ ଲକ୍ଷ ଟଙ୍କା ମଞ୍ଜୁର ନିମନ୍ତେ ୫ଟିି ସଚିବଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ