୭ବର୍ଷର ପୁଅ ଓ ସ୍ୱାମୀକୁ ଛାଡି ମହିଳା ଫେରାର, ସ୍ୱାମୀ ଥାନାର ଦ୍ୱାରସ୍ଥ
ହାଟଡିହି, (ବିକାଶ ବିଶ୍ୱାଳ ) : ୭ବର୍ଷର ପୁଅ ଓ ସ୍ୱାମୀକୁ ଛାଡି ଜଣେ ମହିଳା ଫେରାର ହୋଇଯାଇଥିବା ଜଣାଯାଇଛି । ଏଭଳି ଏକ ଘଟଣା ନନ୍ଦିପଦା ଥାନା ଅଞ୍ଚଳରେ ଆଲୋଚ୍ୟର ବିଷୟ ପାଲଟିଥିବାବେଳେ ମହିଳାଙ୍କ ସ୍ୱାମୀ ନନ୍ଦିପଦା ଥାନାର ଦ୍ୱାରସ୍ଥ ହୋଇଥିବା ଜଣାଯାଇଛି । ଖବରରୁ ଜଣାଯାଇଛି ଯେ ଖଇଣା ଥାନା ଅଞ୍ଚଳର ଏହି ମହିଳା ଜଣକ ନନ୍ଦିପଦା ଥାନା ଅଞ୍ଚଳର ଜଣେ ଯୁବକକକୁ ଗତ ୨୦୧୪ରେ ବିବାହ କରିଥିବାବେଳେ ତାଙ୍କର ଏକ ୭ବର୍ଷର ପୁଅ ଅଛି । କିନ୍ତୁ ଗତ କିଛିବର୍ଷ ହେଲା ସେହି ମହିଳା ଜଣକ ସ୍ୱାମୀଙ୍କ ଅନୁପସ୍ଥିତିରେ ଅନ୍ୟ ଜଣେ ଯୁବକ ସହିତ ବାରମ୍ବାର ଟେଲିଫୋନରେ କଥା ହେବା ସହିତ ଚାଟିଂ ମଧ୍ୟ କରିଥାଏ । ଗତ ଦେଢ଼ବର୍ଷ ପୁର୍ବେ ମହିଳା ଜଣକ ଘରୁ ପଳାଇଥିବାବେଳେ ତାଙ୍କ ସ୍ୱାମୀ ତାଙ୍କୁ ଭଦ୍ରକ ନିକଟରୁ ଉଦ୍ଧାର କରି ଘରକୁ ଆଣିବା ସହିତ ବୁଝାସୁଝା କରି ଘରେ ରଖିଥିଲେ । କିନ୍ତୁ ଗତକାଲି ସ୍ୱାମୀ ଓ ପୁଅ ଶୋଇଯିବା ପରେ ବିଳମ୍ବିତ ରାତିରେ ଘରୁ କେଉଁଆଡେ ପଳାଇଛନ୍ତି । ରାତିରେ ସ୍ୱାମୀ ପରିଶ୍ରା ପାଇଁ ଉଠିବା ବେଳକୁ ସ୍ତ୍ରୀକୁ ନପାଇ ଅନେକ ଖୋଜାଖୋଜି କରିବା ପରେ ତାଙ୍କର କୌଣସି ସନ୍ଧାନ ମିଳି ନଥିଲା । ଏପରିକି ଫୋନଟି ମଧ୍ୟ ସୁଇଜ ଅଫ ଥିଲା । ସେ ଯିବା ବେଳେ ଘରୁ ଅନେକ ସୁନା ଅଳଙ୍କାର ସମେତ ନଗଦ ୧୫ହଜାର ଟଙ୍କା ନେଇ ପଳାଇଥିବା ତାଙ୍କ ସ୍ୱାମୀ ଥାନାରେ ଅଭିଯୋଗ କରିଛନ୍ତି ।