୭ରୁ ଆରମ୍ଭ ହେବ ଆର୍ନ୍ତଜାତୀୟ ଟିଲୋ କପ୍‌

ବନ୍ତ, (ଚାନ୍ଦିନୀ ମହାନ୍ତି):ଫେବୃଆରୀ ୭ରୁ ଭଦ୍ରକ ଜିଲା ଟିଲୋସ୍ଥିତ ହନୁମାନ ଜୀଉ ମିନି ଷ୍ଟାଡିୟମ ଠାରେ ଟିଲୋ କପର ୨୯ତମ ସଂସ୍କରଣ ଆରମ୍ଭ ହେବ । ଟିଲୋ ଆଥ୍‌ଲେଟିକ୍ ଆସୋସିଏସନ ଦ୍ୱାରା ଆୟୋଜିତ ଏହି ପ୍ରତିଷ୍ଠିତ ଟି ୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଦେଶର ୮ଟି ପ୍ରତିଷ୍ଠିତ ଦଳ ଅଂଶ ଗ୍ରହଣ କରିବେ । ଯେଉଁଥିରେ ଆଇପିଏଲ ତାରକା, ରଣଜୀ ଟ୍ରଫି ଖେଳାଳୀ, ଭାରତୀୟ ୧୯ ବର୍ଷରୁ କମ ଦଳର ଖେଳାଳୀ ଏବଂ ଶୀର୍ଷ ବିସିସିଆଇ ଏବଂ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାର ଉଦୀୟମାନ ପ୍ରତିଭା ମାନେ ଖେଳିବେ । ସେଥିମଧ୍ୟରେ ଆଇପିଏଲ ତାରକା ପୁଷ୍ପେନ୍ଦ୍ର ସିଂ, ରାଜୋ ଭଟ୍ଟକଲ, ଭରତ ଚିପ୍‌ଲି, ଅନମୋଲ୍‌ପ୍ରିତ୍ ସିଂ, ଶିଭମ ସିଂ, ଆଶୁତୋଷ ଶର୍ମା, ଦିଗଭେଷ ରଥୀ, ମହିପାଲ ଲାମୋର, ମୟାନକ ରାୱତ୍‌, ହ୍ରିତ୍ୱିକ ସୁକେନ, ମନନ ଭୋରା, ଭାରତର ନବଦୀପ ସାଇନି, ଶିଭମ୍ ମାଭି, ଆଦିତ୍ୟ ତାରେ, ଅତିଥ୍ ସେଠ୍‌, ଅରମାନ ଜାଫର, ପିନାଲ ଶାହା, ଭାରତୀୟ ୧୯ ବର୍ଷରୁ କମ୍ ଦଳର ଖେଳାଳୀ ୟାସ୍ ଡୁଲ, ଆୟୁଷ ଜମୱାଲ ପ୍ରମୁଖ ରହିଥିବା ଜଣାଯାଇଛି । ୧୦ ଦିନ ବ୍ୟାପୀ ଖେଳା ଯିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ଫେବୃଆରୀ ୧୬ରେ ଅନୁଷ୍ଠିତ ହେବ । ଯେଉଁଥିରେ ଲିଗ୍ ଫର୍ମାଟରେ ୧୫ଟି ପ୍ରତିଦ୍ୱନ୍ଦିତା ପୂର୍ଣ୍ଣ ମ୍ୟ।।ଚ ଖେଳା ଯିବ । ପରେ ନକ୍ ଆଉଟ ପର୍ଯ୍ୟାୟ ହେବ । ଯେଉଁଥିରେ ୨ଟି ସେମିଫାଇନାଲ ଏବଂ ଗୋଟିଏ ଫାଇନାଲ ମ୍ୟାଚ୍ ଅନ୍ତର୍ଭୁକ୍ତ ରହିଛି । କ୍ରିକେଟ ପ୍ରେମୀ ମାନେ ଫ୍ୟାନକୋଡ୍ ଆପ ମାଧ୍ୟମରେ ଲାଇଭ କଭରେଜର ଆନନ୍ଦ ନେଇ ପାରିବେ । ଯାହା ରିଏଲ ଟାଇମ୍ ମ୍ୟାଚ୍ ବିଶ୍ଳେଷଣ ଏବଂ ପରିସଂଖ୍ୟାନ ପ୍ରଦାନ କରିବ । ଏନେଇ ରବିବାର ଭୁବନେଶ୍ୱର ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଆଥଲେଟିକ୍ ଆସୋସିଏସ ପକ୍ଷରୁ ସୂଚନା ଦିଆଯାଇଛି । ଉପଦେଷ୍ଟା ସଞ୍ଜୟ କୁମାର ମଜୁମଦାରଙ୍କ ସଂଯୋଜନାରେ ଅନୁଷ୍ଠିତ ସମ୍ମିଳନୀରେ ଆସୋସିଏସନର ବରିଷ୍ଠ ଉପଦେଷ୍ଟା ତଥା ଗୀତା ଇଞ୍ଜନିୟରିଂ କଲେଜର ଅଧ୍ୟକ୍ଷ ଡ.ମନ୍ମଥ କୁମାର ରାଉଳ, ଅବସରପ୍ରାପ୍ତ ଶ୍ରମ କମିଶନର ଅଭିମନ୍ୟୁ ଲେଙ୍କା, ଧରଣୀଧର ବିଶ୍ୱାଳ, ପ୍ରଶାନ୍ତ କୁମାର ପୃଷ୍ଟି, କ୍ରୀଡାବିତ୍ ପ୍ରବୀଣ ଚୌଧୁରୀ, ଟିଲୋ ସରପଞ୍ଚ ସଂଗ୍ରାମ କେଶରୀ ଜେନା, ଆସୋସିଏସନର ସଭାପତି ଇଂ.ଲକି ମାଷ୍ଟର ସ୍ୱାଇଁ, ସମ୍ପାଦକ ଅସିତ କର, ହୃଷିକେଷ ରାଉତ, ଆଇନଜୀବି ପରମେଶ୍ୱର ବାରିକ୍‌, ଇଂ.ଏଲ୍ ଅମରଜିତ ସ୍ୱାଇଁ, ପ୍ରମୋଦ ଗୋଚ୍ଛାୟତ, ଶଙ୍କର୍ଷଣ ଧଳ ପ୍ରମୁଖ ଉପସ୍ôଥିତ ଥିଲେ । ଏହି ଅବସରରେ ଟିଲୋ କପ୍ ଉନ୍ମୋଚିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ