୭ରେ ଲ୍ୟାଣ୍ଡଫଲ କରିବ ବାତ୍ୟା “ମହା’

ଅହମଦାବାଦ: ଆରବ ସାଗର ଉପରେ ଥିବା ପ୍ରଳୟଙ୍କରୀ ବାତ୍ୟା ମହା ଆହୁରି ଘନୀଭୂତ ହୋଇ ଶକ୍ତିଶାଳୀ ହୋଇଛି । ଏହା ୭ ତାରିଖ ସୁଦ୍ଧା ଗୁଜରାଟ୍ ଉପକୂଳରେ ଲ୍ୟାଣ୍ଡଫଲ କରିବ । ତେବେ ଲ୍ୟାଣ୍ଡଫଲ ବେଳେ ଏହା ପୂର୍ବାପେକ୍ଷା ଦୁର୍ବଳ ହୋଇଯାଇଥିବ । ଲ୍ୟାଣ୍ଡଫଲ ବେଳେ ଏହା ଭୀଷଣ ବାତ୍ୟାରୁ କେବଳ ବାତ୍ୟାରେ ରହିଥିବ । ତଥାପି ଏହାର ପ୍ରଭାବରେ ଗୁଜରାଟ ସମେତ ମହାରାଷ୍ଟ୍ର ଓ ଏହାର ଆଖପାଖ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଓ ପବନ ହେବ ବୋଲି ଆଜି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ବିଭାଗ ପକ୍ଷରୁ କୁହାଯାଇଛି ଯେ ୭ ଭୋର ବେଳକୁ ମହା ଲ୍ୟାଣ୍ଡଫଲ କରିବାର ଆଶଙ୍କା ରହିଛି । ଏହି ସମୟରେ ପବନରେ ବେଗ ୧୨୦ରୁ ୧୪୦ କିମି ରହିବ । ସେହିପରି ବର୍ଷାର ପରିମାଣ ମଧ୍ୟ ଅଧିକ ରହିବାର ଆଶଙ୍କା ରହିଛି । ଦେବଭୂମି-ଦ୍ୱାରିକା ଓ ଡ୍ୟୁ ମଧ୍ୟରେ ଏହା ସ୍ଥଳ ଭାବ ଛୁଇଁବାର ଯଥେଷ୍ଟ ସମ୍ଭାବନା ରହିଛି । ମହା ଆସନ୍ତାକାଲି ଦିଗ ପରିବର୍ତ୍ତନ କରି ଗୁଜରାଟ ଉପକୂଳ ଆଡ଼େ ମୁହାଁଇବ । ତେବେ ଗୁଜରାଟ ଉପକୂଳକୁ ଏହା ଆସିବା କ୍ଷଣି ଧୀରେଧୀରେ ଦୁର୍ବଳ ହୋଇଯିବ । ଏହାର ପ୍ରଭାବରେ ୬ ତାରିଖରୁ ହିଁ ଗୁଜରାଟ ଓ ଏହାର ଆଖପାଖ ଅଞ୍ଚଳରେ ବର୍ଷା ଆରମ୍ଭ ହୋଇଯିବ । ଅନ୍ୟପକ୍ଷରେ ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଗୁଜରାଟ ସରକାର ଏବେ ଠାରୁ ଏନ୍‌ଡିଆରଏଫର ୧୫ଟି ଟିମକୁ ବିଭିନ୍ନ ସ୍ଥାନରେ ମୁତୟନ କରିଛନ୍ତି । ସେହିପରି ନୌସେନା ମଧ୍ୟ ଷ୍ଟାଣ୍ଡବାଇରେ ରହିଛି । ମହା ପ୍ରଭାବରେ ମାଟିର ଘର, ବିଦ୍ୟୁତ ଖୁଣ୍ଟ ଓ ଗଛ ଉପୁଡ଼ିବାର ଆଶଙ୍କା ରହିଛି । ତେଣୁ ଏଠାରେ ରହୁଥିବା ଲୋକଙ୍କୁ ଦରକାର ପଡ଼ିଲେ ସ୍ଥାନାନ୍ତର କରାଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ