୭୪ ତମ ବନ ମହୋତ୍ସବ ଏବଂ ବୃକ୍ଷରୋପଣ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଗଞ୍ଜାମ ଜିଲ୍ଳା ଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ବେଲଗୁଣ୍ଠା ବ୍ଲକ୍ ର ସମସ୍ତ ବିଦ୍ୟାଳୟରେ ୭୪ ତମ ବନମହୋତ୍ସବ ଏବଂ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏହି ଅବସରରେ କ୍ଷତ୍ରିୟବରପୁର ସରକାରୀ ନୋଡ଼ାଲ୍ ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷୟିତ୍ରୀ ଲୋପାମୁଦ୍ରା ରଥଙ୍କ ଅଧ୍ୟକ୍ଷତାରେ ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି I କାର୍ଯ୍ୟକ୍ରମରେ ଗାଙ୍ଗପୁର ବନପାଳ ଜୀବାନନ୍ଦ ତ୍ରିପାଠିଙ୍କ ସମେତ ପ୍ରକଳ୍ପ ସଂଯୋଜକ ପ୍ରଶାନ୍ତ କୁମାର ସାହୁ, ଉନ୍ନୟନ ଅଧିକାରୀ ନିଖିଲ୍ କୁମାର ସ୍ୱାଇଁ ଏବଂ ବନ ବିଭାଗର ଅନ୍ୟ କର୍ମଚାରୀ ମାନେ ସହଯୋଗ କରିଥିଲେ I ସେହିପରି ଗାଙ୍ଗପୁର କ୍ଳଷ୍ଟର୍ ରେ ପ୍ରଧାନ ଶିକ୍ଷୟିତ୍ରୀ ସୁଷମା ନନ୍ଦଙ୍କ ତତ୍ତ୍ୱାବଧାନରେ ଗାଙ୍ଗପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ,ସରୋଜିନୀ ଦାସଙ୍କ ଅଧ୍ୟକ୍ଷତାରେ ବୋରୀ, ସୁଚରିତା ଗୌଡ଼ଙ୍କ ତତ୍ତ୍ୱାବଧାନରେ ଇନ୍ଦନପୁର,ପ୍ରଧାନ ଶିକ୍ଷକ ବାଳକୃଷ୍ଣ ସାବତଙ୍କ ତତ୍ତ୍ୱାବଧାନରେ ଧାନପୁଞ୍ଜା,ବିଷ୍ଣୁପ୍ରସାଦ ବେହେରାଙ୍କ ତତ୍ତ୍ୱାବଧାନରେ ବଡ଼ ସାଦରା,ଗଙ୍ଗାଧର ସ୍ଵାଇଁଙ୍କ ତତ୍ତ୍ୱାବଧାନରେ ଖଇରପୁଟି,ଶିବରାମ ବେହେରାଙ୍କ ତତ୍ତ୍ୱାବଧାନରେ ବିଞ୍ଝଗିରୀ,ଶୀତଳ ପ୍ରସାଦ ଜେନାଙ୍କ ତତ୍ତ୍ୱାବଧାନରେ ଗୋପନଗର,ଝାପଲ ମାରାଣ୍ଡିଙ୍କ ତତ୍ତ୍ୱାବଧାନରେ ସାନସାଦରା,ଜଗନ୍ନାଥ ପାଇକଙ୍କ ତତ୍ତ୍ୱାବଧାନରେ କୁମୁଣ୍ଡି ବିଦ୍ୟାଳୟରେ ଚାରା ରୋପଣ କରାଯିବା ସହିତ ୭୪ ତମ ବନ ମହୋତ୍ସବ ପାଳନ କରାଯାଇଥିଲା I ସେହିପରି ବ୍ଳକ୍ ର ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନରେ ମଧ୍ୟ ପ୍ରଧାନ ଶିକ୍ଷକ ମାନଙ୍କ ତତ୍ତ୍ୱାବଧାନରେ ବନମହୋତ୍ସବ ପାଳନ କରାଯାଇଛି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ