୭୪ ତମ ସ୍ୱାଧୀନତା ଦିବସରେ ୭୪ ଟି ବୃକ୍ଷ ରୋପଣ କଲା ନୂଆ ଆଲୋକ

ବରୀ, (ଓ୍ବାଇଏନ୍ଏସ୍):ପରିବେଶ ସୁରକ୍ଷା କାର୍ଯ୍ୟକ୍ରମ ତଥା ବୃକ୍ଷରୋପଣ କରି ନୂଆ ଆଲୋକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ତାହାର ସ୍ୱାଧିନତା ଦିବସ ପାଳନ କରିଛି। ସ୍ୱାଧିନ ଭାରତ ମଧ୍ୟରେ ପରିବେଶ ଆଜି ତାହାର ସ୍ୱାଚ୍ଛନ୍ଦ ହରାଇଛି । ସମୟ ଆସିବ ପରିବେଶ ଦେଶ ସ୍ୱାଧିନତାର ଏକ ମୁଖ୍ୟ ଅଙ୍ଗ ହୋଇ ରହିବ ବୋଲି ନୂଆ ଆଲୋକ ସଭାପତି ଶରତ କୁମାର ଜେନା ପ୍ରକାଶ କରିଛନ୍ତିି । କିଏ କେତେ ଭାବରେ ଆଜି ଦେଶର ସ୍ୱାଧୀନତା ଦିବସ ପାଳନ କରୁଛନ୍ତି । ଯାଜପୁର ଜିଲ୍ଲାର ଅନନ୍ୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ ନୂଆ ଆଲୋକ ସ୍ୱାଧୀନତାର ୭୪ ବର୍ଷ ପୂର୍ତ୍ତି ପାଳନ ଅବସରରେ ୭୪ ଟି ଲିମ୍ବ ବୃକ୍ଷ ରୋପଣ କରିଛି । ସମଗ୍ର ବିଶ୍ୱରେ ଲିମ୍ବ ବୃକ୍ଷକୁ ପରିବେଶ ସୁରକ୍ଷା ପାଇଁ ପ୍ରାଧାନ୍ୟ ଦିଆ ଯାଉଛି । ଯାହା ଭାରତୀୟ ସଂସ୍କତି ସହିତ ବିଜଡିତ । ଏହି କଥାକୁ ଆଖି ଆଗରେ ରଖି ନୂଆ ଆଲୋକ ଅନୁଷ୍ଠାନ ଆଜି ସକାଳ ୭ ଘଟିକାରୁ ପୁରୁଷୋତ୍ତମପୁର ଗ୍ରାମସ୍ଥିତ ମାଆ ତାରାଦେବୀ ମନ୍ଦିର ପରିସର ଅନ୍ତର୍ଗତ ପଡିଆରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆରମ୍ଭ କରିଥିଲା ।ପୂର୍ବାହ୍ନ ୯ ଘଟିକା ସମୟରେ ଅନୁଷ୍ଠାନଦ୍ୱାରା ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା । ତେବେ ଏହି ବୃକ୍ଷ ଗୁଡିକୁ ଇଫକୋ ସାର କମ୍ପାନୀ ପ୍ରଦାନ କରିଥିବାର ଅନୁଷ୍ଠାନ ପ୍ରକାଶ କରିଛି । ଅନୁଷ୍ଠାନର ସଦସ୍ୟ ସଦସ୍ୟାମାନେ ଏହି କାର୍ଯ୍ୟକ୍ରମକୁ ବହୁ ଆଗ୍ରହ ସହକାରେ ପାଳନ କରିବା ସହ , ଚାରା ଗୁଡିକର ରକ୍ଷଣା ବେକ୍ଷଣ ଲାଗି ସମସ୍ତ ପ୍ରକାର ବ୍ୟବସ୍ଥା କରିଥିବାର ଜଣା ପଡିଛି । ସାରା ଦେଶରେ ଯେତେ ପରିମାଣର ବୃକ୍ଷ ରୋପଣ କରାଯାଉଛି , ତାହା ଯଦି ବଞ୍ଚାଯାଇ ପାରିବ ତେବେ ପରିବେଶ ସୁରକ୍ଷା ପାଇଁ ଚିନ୍ତା ପ୍ରକଟ ହେବନାହିଁ । ଏହି ଦୃଷ୍ଟିକୋଣରୁ ନୂଆ ଆଲୋକ ଲଗାଇଥିବା ବୃକ୍ଷ ଗୁଡିକର ସୁରକ୍ଷା ପାଇଁ ଶତ ପ୍ରଚେଷ୍ଠା କରିବା କଥା ଅନୁଷ୍ଠାନର କର୍ମକର୍ତ୍ତାମାନେ ପ୍ରକାଶ କରଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ