୭୬ କେଜି ଗଂଜେଇ ଜବତ କରିଛି ପୋଲିସ

ଗଜପତି (ଯୁଗାବ୍ଦ ନ୍ୟୁଜ)ଗଜପତି ଜିଲ୍ଲା ଅଡବା ଥାନା ଚୁଡଙ୍ଗପୁର ଗାଁ ନିକଟରେ ଚଢାଓ କରି କାର ସହ ୭୬ କେଜି ଗଂଜେଇ ଜବତ କରିଛି ପୋଲିସ । ଏହି ଗଂଜେଇ ଚୋରା ଚାଲାଣରେ ସମ୍ପୃକ୍ତ ୩ ଜଣକୁ ଗିରଫ କରାଯାଇଛି । ସେମାନେ ହେଲେ ଚୁଡଙ୍ଗପୁର ଗାଁର କିଶୋର ପରିଚ୍ଛା , ସଞ୍ଜୀବ ପରିଚ୍ଛା ଓ ରାୟଗଡା ଜିଲ୍ଲାର ମନୋନିତ ମାଳି । ଗତ କାଲି ରାତିରେ ପୋଲିସ ପକ୍ଷରୁ ଅନ୍ତରବା – ଚୁଡଙ୍ଗପୁର ଅଞ୍ଚଳରେ ପେଟ୍ରୋଲିଂ କରାଯାଉଥିଲା । ସେହି ସମୟରେ ଏକ କାର କୁ ଯାଞ୍ଚ କରିବା ପରେ ଏଥିରେ ଗଞ୍ଜେଇ ଚାଲାଣ ହେଉଥିବା ଜଣାପଡିଥିଲା । ଏହି ଗଞ୍ଜେଇ ଚୁଡଙ୍ଗପୁର ଅଞ୍ଚଳରୁ ଭୁବନେଶ୍ୱର ଚାଲାଣ ହେଉଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି SDPO କହିଛନ୍ତି । –

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ