୮ମାସ ପରେବି କ୍ୟାନ୍ସର ପିଡୀତାଙ୍କୁ ମିଳିଲାନି ମୁଖ୍ୟମନ୍ତ୍ରୀଙ୍କ ସହାୟତା
ହାଟଡ଼ିହି, -ଦୀର୍ଘ ୮ମାସ ହେଲା ସହାୟତା ପାଇଁ ଆବେଦନ କରିଥିଲେବି ଜଣେ କ୍ୟାନସର ପିଡୀତାଙ୍କୁ ଆଜି ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ ସହାୟତା ରାଶି ମିଳିପାରି ନଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାଇ ହାଟଡିହି ବ୍ଲକ ସୋସୋ ଥାନା ଅଧିନସ୍ଥ ପୋଡାସିଙ୍ଗିଡି ଗ୍ରାମର ଜାନକୀ ଜେନା(୪୮) ନାମକ ଜଣେ ମହିଳା କ୍ୟାନସର ରୋଗରେ ପିଡୀତ ହୋଇଥିଲେ । ଏଥିପାଇଁ ୨ଲକ୍ଷ ୩୦ହଜାରରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ ହେବ ବୋଲି ଡାକ୍ତର କହିବାପରେ ପରିବାର ଲୋକ ଚିନ୍ତିତ ହୋଇପଡିଥିଲେ । ସେ ଜଣେ ଅତ୍ୟନ୍ତ ଗରିବ ପରିବାରର ହୋଇଥିବାବେଳେ ଘରେ ଦୁଇଓଳି ଖାଇବାକୁ ନଥିବାରୁ ଏତେ ଟଙ୍କା କେଉଁଠୁ ଆଣି ଚିକିତ୍ସା କରିବେ ସେନେଇ ଚିନ୍ତାରେ ପଡିଥିଲେ । ସେ ଏନେଇ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡରୁ ସହାୟତା ପାଇଁ ଗତ ୧୬/୧/୨୦୧୯ରେ ଉପଯୁକ୍ତ ମାଧ୍ୟମରେ ଆବେଦନ କରିଥିଲେ । ପରେ ତାଙ୍କ ପରିବାର ଲୋକେ ଧାର କରଜ କରି ଜାନକୀଙ୍କ ଚିକିତ୍ସା କରାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାଙ୍କୁ ସହାୟତା ମିଳିପାରି ନଥିବା ଜାନକୀ କହିଛନ୍ତି । କେନ୍ଦୁଝର ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ଜାନକୀ ଓ ତାଙ୍କ ପରିବାର ଲୋକେ ନିବେଦନ କରିଛନ୍ତି ।