୮୦ବର୍ଷରେ କଥାକାର ରାମଚନ୍ଦ୍ର ବେହେରା ଜୟନ୍ତୀ ସମାରୋହରେ ବିପୁଳ ସମ୍ବର୍ଦ୍ଧନା

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଓଡ଼ିଆ ସାହିତ୍ୟର ବିଶିଷ୍ଟ କଥାଶିଳ୍ପୀ ଡ. ରାମଚନ୍ଦ୍ର ବେହେରାଙ୍କ ୭୯ ତମ ଜୟନ୍ତୀ ସମାରୋହରେ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ସାହିତ୍ୟ, ସାମାଜିକ, ସାଂସ୍କୃତିକ ସଂଗଠନ ଓ ବିଭିନ୍ନ ବର୍ଗର ବିଶିଷ୍ଟ ବ୍ୟକ୍ତି ମାନେ ଡ. ବେହେରାଙ୍କୁ ଅଭିନନ୍ଦନ ଜଣାଇ ଭବ୍ୟ ସମ୍ବର୍ଦ୍ଧନା ଦେଇଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ସାହିତ୍ୟ ପରିଷଦ ପକ୍ଷରୁ ଆୟୋଜିତ ଏହି ଜୟନ୍ତୀ ସମାରୋହ ଅବସରରେ ପ୍ରଥମେ ମହାବୀର ହନୁମାନଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇ ୮୦ଟି ଦୀପ ପ୍ରଜ୍ୱଳନ କରାଯାଇଥିଲା । ଗୋପଛକସ୍ଥିତ କମଳ ଭବନ ପରିସରରେ ପରିଷଦର ସମ୍ପାଦକ ସରୋଜ କୁମାର ମହାନ୍ତିଙ୍କ ସଂଚାଳନାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସମାରୋହରେ କେନ୍ଦ୍ରାପଡ଼ା ଜିଲ୍ଳା ସାହିତ୍ୟ ସଂସଦର ଶୁଭ୍ରାଂଶୁ ଦାସ, ଜିଲ୍ଲା ବୋଇତ ବନ୍ଦାଣ ସମିତିର ପ୍ରଦୀପ କୁମାର ମହାନ୍ତି, ଆମ ଗାଁ ସାହିତ୍ୟ ସଂସଦର ସ୍ୱପ୍ନାଂଶୁ ଦାସ, ନାରାୟଣ ପତି, କେମ୍‌ର ଅକ୍ଷୟ ପାଣି, ଜାହିଦ୍ ଖାଁ, ତୁଳସୀ କଲଚରାଲ୍ ଆସୋସିଏସନ୍‌ର କୈଳାଶ ମହାନ୍ତି, ରବୀନ୍ଦ୍ର ନାଥ ରଥ, କେନ୍ଦ୍ରାପଡ଼ା ବାଲିଯାତ୍ରା କମିଟିର ପ୍ରଦୀପ ଦାଶ, ମନୋରଞ୍ଜନ ତ୍ରିପାଠୀ କେନ୍ଦ୍ରାପଡ଼ା, ପଟ୍ଟାମୁଣ୍ଡାଇ ଓ ଆଳି “ସମ୍ବାଦ” ସାହିତ୍ୟଘରର ଅବନ୍ତି ବେହେରା, ଆଦିକନ୍ଦ ରାଉଳ, କଥାକର ପ୍ରଦୀପ ନାୟକ, ସଚିତ୍ର ବେହେରା, କବି ପ୍ରମୋଦ ମଲ୍ଲିକ, ଅଶୋକ ବାରିକ ପ୍ରମୁଖ କର୍ମକର୍ତ୍ତର୍ା ମାନେ କଥାକାର ଡ. ବେହେରାଙ୍କୁ ମାନପତ୍ର, ଉତ୍ତରୀୟ, ପଟ୍ଟଚିତ୍ର ଓ ଅଙ୍ଗାବରଣ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଚିତ୍ରଶିଳ୍ପୀ ସୌମ୍ୟରଞ୍ଜନ ପଟ୍ଟନାୟକ ଏକ ତୈଳଚିତ୍ର ପ୍ରଦାନ କରିଥିଲେ । ଏଥିସହିତ ସମାରୋହରେ ଉପସ୍ଥିତ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, ରାଜନେତା ଭୁବନମୋହନ ଜେନା, ବିଶିଷ୍ଟ କବି ଅପର୍ଣ୍ଣା ମହାନ୍ତି, ଅଧ୍ୟାପକ ତପନ ପତି, ଅଧିକାରୀ ଲକ୍ଷ୍ମୀନାରାୟଣ ଦାସ, କଥାକାର ପ୍ରଫେସର ଅତୁଲ ବଳ, କବି ବୃନ୍ଦାବନ ଦାସ, ଅଧ୍ୟାପକ ଯଚିନ୍ଦ୍ର ରାଉତ, କବି ନବଜ୍ୟୋତି ରାୟ, ଅଧ୍ୟାପକ ଅଜୟ ସାମଲ, ପ୍ରଫେସର ରବୀନ୍ଦ୍ର ସାମଲ,ଅଧ୍ୟାପକ ଅବନୀ ରଞ୍ଜନ ନାୟକ, ବଳଦେବ ଏଣ୍ଡାମେଣ୍ଟର ବଳଭଦ୍ର ପତ୍ରୀ, ପୂର୍ବତନ ଡେରାବିଶ ଅଧ୍ୟକ୍ଷ ସରୋଜ ସାହୁ, କରୁଣାକର ସାହୁ ପ୍ରମୁଖ କଥାକାର ଡ. ବେହେରାଙ୍କ ସାରସ୍ୱତ ସାଧନା, କାଳଜୟୀ କୃତି ଓ ଛଳଛଳ ମାନବବାଦୀ ବ୍ୟକ୍ତି ଚରିତ୍ର ସମ୍ପର୍କରେ ଅବତାରଣା କରିଥିଲେ । କବି ପ୍ରମୋଦ ତ୍ରିପାଠୀ ଓ ମାଧବାଚରଣ ନନ୍ଦ ବେଦମନ୍ତ୍ର ପାଠ କରିଥିବା ବେଳେ ପାଲା ଗାୟକ ଗଗନ ସିଂହ ମଙ୍ଗଳ ଗୀତିକା ଗାୟନ କରିଥିଲେ । ଏହି ଉତ୍ସବରେ କଳାକାର ପଣ୍ଡା ସଂଗୀତ ପରିବେଷଣ କରିଥିଲେ । ଶେଷରେ ମାତୃଦତ୍ତ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ