୮୦ ମହିଳା ଓ ସ୍ୱୟଂସହାୟକ ଗୋଷ୍ଠୀଙ୍କୁ ୧କୋଟି ୫୬ ଲକ୍ଷ ଟଙ୍କାର ଋଣ ପ୍ରଦାନ

ପାରଳାଖେମୁଣ୍ଡି (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲାସ୍ତରୀୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ଇଣ୍ଡିଆନ ବ୍ୟାଙ୍କ ଆନୁକୁଲ୍ୟରେ ଗଜପତି ଜିଲାର ଅତିରିକ୍ତ ଜିଲାପାଳ ଜ୍ଞାନ ରଞ୍ଜନ ଭଞ୍ଜଦେଓ ଜିଲାପରିଷଦ ସଭାଗୃହରେ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଏହି ସଭାରେ ଗଜପତି ଜିଲାର ମିଶନଶକ୍ତ ି ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ମୋଟ ୧କୋଟି ୬୫ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯାଇଛି । ଏହି ଅବସରରେ ଇଣ୍ଡିଆନ ବ୍ୟାଙ୍କର ଜୋନାଲ ମ୍ୟାନେଜର ଭି. ଶଙ୍କର ରାଜୁ ଉପସ୍ଥିତ ରହିଥିଲେ । ମିଶନ ଶକ୍ତିର ଜିଲା ପ୍ରକଳ୍ପ ସଂଯୋଜକ ରଶ୍ମି ରଞ୍ଜନ ସେଠୀ, ମିଶନ ଶକ୍ତିର ବିଭିନ୍ନ ଯୋଜନା ଯାହା ମହିଳା ମାନଙ୍କ ପାଇଂ ଉଦିଷ୍ଟ ସେସବୁ ବିସ୍ତୃତ ଭାବେ ବୁଝାଇଥିଲେ । ଏହି ସଭାରେ ଗଜପତି ଜିଲାର ଲିଡବ୍ୟାଙ୍କ ମ୍ୟାନେଜର କିଶୋର ଚନ୍ଦ୍ର ନାୟକ ଉପସ୍ଥିତ ରହି ମହିଳାମାନେ ଯେଉଁ ସହାୟତା ନେଉଛନ୍ତି ତାହାର ସଦୁପଯୋଗ କରି ଏଥିପାଇଁ ନିଆଯାଉଥିବା ଋଣ ସୁଧ କେନ୍ଦ୍ର ସରକାର ୩ ପ୍ରତିଶତ ଓ ରାଜ୍ୟସରକାର ୪ ପ୍ରତିଶତ ପୁରଣ କରୁଥିବା କହିଥିଲେ । ଯଦି ଋଣ ଗ୍ରହିତାମାନେ ଯେଉଁ ସହାୟତା ନେଉଛନ୍ତି ତାହା ସୁଚାରୁରୁପେ ୧୧ ମାସଭିତରେ ପରିଶୋଧ କରନ୍ତି, ତାହାହେଲେ ଋଣସୁଧ ଶୁନ୍ୟ ଶତାଂଶ ହୋଇଥାଏ । ତେଣୁ ସ୍ୱୟଂ ସହାୟକ ଗୋଷ୍ଠୀମାନେ ଏହାର ଭରପୁର ସୁଯୋଗ ନେବାକୁ ହେବ ବୋଲି ପରାମର୍ଶ ଦେଇଥିଲେ । ଗଜପତି ଜିଲାର ପ୍ରାୟ ୮୦ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଏହି ଋଣ ପ୍ରଦାନ କରାଯାଇଥିଲା । ପାରଳାଖେମୁଣ୍ଡି ଇଣ୍ଡିିଆନ ବ୍ୟାଙ୍କର ମ୍ୟାନେଜର ଏମ୍‌. ସହାବୁଦ୍ଧିନ ଉପସ୍ଥିତ ରହି ସ୍ୱୟଂସହାୟକ ଗୋଷ୍ଠୀମାନଙ୍କୁ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ