୮୧ ହିତାଧିକାରୀଙ୍କୁ କୁକୁଡ଼ା ଚିଆଁ ପ୍ରଦାନ

ହିଞ୍ଜିଳିକାଟୁ, (ଯୁଗାବ୍ଦ ନ୍ୟୁଜ/ ଶେଷଦେବ ସାହୁ): ଷ୍ଟେଟ ପ୍ଳାନ ସ୍କିମ୍ ମାଧ୍ୟମରେ ପ୍ରାଣୀଧନ କାର୍ଯ୍ୟାଳୟ ପକ୍ଷରୁ ଶୁକ୍ରବାର ଚଳିତ ଆର୍ଥୀକ ବର୍ଷ ସକାଶେ ସ୍ଥାନୀୟ ବ୍ଳକର କଂଚୁରୁ, ନନ୍ଦିକ ଓ ଗଣ୍ଡଳା ଗ୍ରାମ ପଂଚାୟତର ୮୧ ହରିଜନ ଓ ଆଦିବାସୀ ହିତାଧିକାରୀଙ୍କୁ ପ୍ରତ୍ୟେକଙ୍କୁ ୨୫ ଟି ଲେଖାଏଁ ସମୁଦାୟ ୨୦୨୫ ଟି ଅଣ୍ଡା ଦିଆ କୁକୁଡ଼ା ଚିଆଁ ପ୍ରଦାନ କରାଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୁକୁଡ଼ାପାଳନ ଉପ ନିର୍ଦ୍ଦେଶକ ଡ଼ାକ୍ତର ଦିଗାମ୍ବର ନାୟକ, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସାଧିକାରୀ ଡ଼ାକ୍ତର ମଧୁସୂସଦନ ସୁବୁଦ୍ଧି, କଂଚୁରୁ ସରପଂଚ ପି. ବାସନ୍ତି, ଗଣ୍ଡଳା ସରପଂଚ ଗୌରୀ ସାହୁ ଓ ନନ୍ଦିକ ସରପଂଚ ଲିଲିମାଳା ପ୍ରଧାନ ପ୍ରମୁଖ ଯୋଗଦେଇ କୁକୁଡ଼ା ପାଳନର ଉପକାରିତା ସମ୍ପର୍କରେ କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ହିଂଜିଳିକାଟୁ ପ୍ରାଣୀ ଚିକିତ୍ସକ ଡ଼ାକ୍ତର ଲମ୍ବୋଦର ମହାପାତ୍ର, ଗଣ୍ଡଳା ପ୍ରାଣୀ ଚିକିତ୍ସକ ଡ଼ାକ୍ତର ପିତାବସ ସାହୁ, ଅତିରିକ୍ତ ପ୍ରାଣୀ ଚିକିତ୍ସକ ଡ଼ାକ୍ତର ପ୍ରବୀଣ ସାହୁ, ପ୍ରାଣୀଧନ ନିରୀକ୍ଷକ ଗୋପିନାଥ ବେହେର. ସୁକୁଟା ବେହେରା, ସୁଶାନ୍ତ ପାଣେିଗ୍ରାହୀ, ସୁଦାମ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ