୮ କରୋନା ଯୋଦ୍ଧାଙ୍କ ସହ ୯ପଜିଟିଭ ଓଡ଼ିଶା ପୋଲିସ ଫୋର୍ସ ୬ ଅଗ୍ନିଶମ ବିଭାଗ ୨

ବୁଗୁଡା (ଅନିଲ କୁମାର ମହାରଣା) : ବୁଗୁଡା ଅଞ୍ଚଳରେ ପୁଣି ୯ ଜଣ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି। ଏହି ୯ ଜଣଙ୍କ ମଧ୍ୟରୁ ବୁଗୁଡାକୁ ଆସିଥିବା ଓଡ଼ିଶା ପୋଲିସ ଫୋର୍ସର ୬ ଜଣ ହୋଇଥିବା ବେଳେ ୨ ଜଣ ଅଗ୍ନିଶମ ବିଭାଗର ଅଟନ୍ତି। ଆଉଜଣେ ହେଲେ ଗୌଡ଼ିଆବୋରଦା ପଞ୍ଚାୟତର ସୁରାଟ ଫେରନ୍ତା ବ୍ୟକ୍ତି। ଏହି ୯ ଜଣଙ୍କୁ ମିଶାଇ ମୋଟ ୫୩ ଜଣ ଆକ୍ରାନ୍ତ ହୋଇଥିବା ବେଳେ ବୁଗୁଡା ବାହାରୁ ଆସିଥିବା ୬ ଜଣ ପୋଲିସ ଫୋର୍ସକୁ ବାଦଦେଲେ ବୁଗୁଡା ଅଞ୍ଚଳର ହେଉଛନ୍ତି ୪୭ ଜଣ। ସେମାନଙ୍କ ମଧ୍ୟରୁ ୨୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସକ୍ରିୟ ପଜିଟିଭ ସଂଖ୍ୟା ୨୫ ଜଣ ହୋଇଥିବା ବେଳେ ସମସ୍ତେ କୋଭିଡ ହସପିଟାଲରେ ଚିକିତ୍ସିତ ହେଉଛନ୍ତି। ଏହି ୨୫ ଜଣଙ୍କ ମଧ୍ୟରୁ ୬ ଜଣ ଓଡ଼ିଶା ପୋଲିସ ଫୋର୍ସର ହୋଇଥବା ବେଳେ ଅଞ୍ଚଳର ୧୯ ଜଣ ଅଟନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ