୮ ବର୍ଷ ପରେ ମାଁ ଠାକୁରାଣୀ ଅସ୍ଥାଇ ମଣ୍ଡପରେ ଯାତ୍ରା ଆରମ୍ଭ
ମୋହନା, (ଅଂଶୁମାନ ପଣ୍ଡା) :-ଗଜପତି ଜିଲ୍ଲା ମୋହନା ବ୍ଲକର ରାଇପଙ୍କା ରେ୮ ବର୍ଷ ପରେ ବହୁ ଆଡମ୍ବର ସହ ଆରମ୍ଭ ହୋଇଛି ଠାକୁରାଣୀ ଯାତ୍ରା । ମାଁ ଙ୍କ ଅସ୍ଥାୟୀ ପୀଠରେ ପୂଜାର୍ଚ୍ଚନା କାରା ଯାଉଛି।ଏହି ଯାତ୍ରା ୫ ଦିନ ଧରି ଚାଲିଥିବା ବେଳେ ଚତୁର୍ଥ ଦିନ ରେ ନଗର ପରିକ୍ରମା ରେ ଭିଡ ଜମୁଛି । ସୁଜ୍ଜିତ ଆଲୋକରେ ଓ ମାନସିକ ଧାରୀଙ୍କ ଗହଣରେ ବିରାଟ ଶୋଭାଯାତ୍ରା ବାହାରି ନଗର ପରିକ୍ରମା କରାଯାଇଥିଲା । ୫ ଟି କଳସ ଧରି ସାହି ପରିକ୍ରମା କରିଥିଲେ ଭକ୍ତ । ଅସ୍ଥାୟୀ ପୀଠ କୁ ଯାଇ ମାଁ ଙ୍କୁ ପୂଜାର୍ଚ୍ଚନା ହେଉଛି । ଦୁଇ ଓଳି ଅନ୍ନ ଭୋଗ ପରିବେଷଣ ସହ ମାଁ ଙ୍କୁ ସନ୍ଧ୍ୟା ଆଳତି ହେଉଛି । ଜାନୀ ପୂଜାରୀ ଓ ଗ୍ରାମ ବାସିନ୍ଦା କହିଛନ୍ତି ପୂର୍ବ ପୁରୁଷରୁ ୧୫୦ ବର୍ଷ ହେବ ଚାଲିଛି ଏହି ଯାତ୍ରା । ପାଖ ଅଞ୍ଚଳର ଶ୍ରଦ୍ଧାଳୁ ଭକ୍ତ ମାନେ ମାଁ ଙ୍କୁ ଦର୍ଶନ କରିବାକୁ ଆସନ୍ତି । ରାୟଗଡା ଜିଲ୍ଲା ରୁ ପଦ୍ମପୁରୁ, ଆଖୁସିଂ, ଖମ୍ବରିଗୁଡା, କେନ୍ଦୁଗୁଡା, ନୂଆଗଡ, ଅଡବା, ବିରିକୋଟ, ନଳାଘାଟ, ବାଲିବନ୍ଧ,ମାଣ୍ଡିମେରା, ହଜାର ହଜାର ଭକ୍ତଙ୍କ ଭିଡ ଦେଖି ବାକୁ ମିଳିଛି ।


