୯ନଂ ଜୋନରେ କଂଗ୍ରେସ କାର୍ଯ୍ୟାଳୟ ଉଦଘାଟନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ଚଳଚଞ୍ଚଳ ହୋଇପଡିଛି ମୋହନା ବ୍ଲକ । ଆଗାମୀ ୧୬ରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଭିନ୍ନ ଦଳ ନିଜ ନିଜର କାର୍ଯ୍ୟାଳୟ ଖୋଲିଥିବାବେଳେ କଂଗ୍ରେସ ଦଳ ପକ୍ଷରୁ ମୁଖ୍ୟ ସଡ଼କ ବଜାର ପାର୍ଶ୍ଵରେ କାର୍ଯ୍ୟାଳୟ ଉଦଘାଟନ ହୋଇଯାଇଛି । ମୋହନା ବିଧାୟକ ଦାଶରଥି ଗମାଙ୍ଗ କଂଗ୍ରେସ କାର୍ଯ୍ୟାଳୟକୁ ଉଦଘାଟନ କରିଛନ୍ତି । ବହୁ କର୍ମୀ ବାଇକ ଶୋଭାଯାତ୍ରାରେ ଓ ପାଦରେ ଚାଲି ଚାଲି ମୋହନା କଲେଜ ଛକ ଠାରୁ ବିଧାୟକ ଦାଶରଥି ଗମାଙ୍ଗଙ୍କୁ ସ୍ୱାଗତ କରି ମୋହନା ହାଇସ୍କୁଲ ଛକ ପର୍ଯ୍ୟନ୍ତ ନେଇଥିଲେ। ବଜାରରେ କଂଗ୍ରେସ କାର୍ଯ୍ୟାଳୟକୁ ରିବନ କାଟି ବିଧାୟକ ଉଦ୍ଘାଟନ କରିଥିଲେ। ବିଧାୟକ ଶ୍ରୀ ଗମାଙ୍ଗଙ୍କ ଏହି କାର୍ଯ୍ୟକ୍ରମରେ ମୋହନା ୯ନଂ ଜୋନ ଜିଲ୍ଲା ପରିଷଦ ପ୍ରାର୍ଥି ରାଜୀବ ମଲ୍ଲିକ , ବରିଷ୍ଠ କଂଗ୍ରେସ ନେତା ବାଳକୃଷ୍ଣ ମଲ୍ଲିକ , ବ୍ଲକ ସଭାପତି ଶଙ୍କର ପ୍ରଧାନ , ନିର୍ମଳ ପାଲ, ଗୋପୀ ମିଶ୍ର, ରମାକାନ୍ତ ମଲ୍ଲିକ, ରମେଶ ବିଷୋୟୀଙ୍କ ସମେତ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ରହିଥିଲେ ।