୯ କେନ୍ଦ୍ରରେ ପରୀକ୍ଷା ଦେଲେ ୧୫୦୭ ଛାତ୍ର ଛାତ୍ରୀ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଚଳିତ ବର୍ଷ ମ୍ୟାଟ୍ରିକ ସମେଷ୍ଟିଭ ଏସେସମେଣ୍ଟ -୨ ଦଶମ ବୋର୍ଡ ପରୀକ୍ଷା ଶୁକ୍ରୁବାର ଠାରୁ ପୂର୍ବ ପ୍ରସ୍ତୁତି ପ୍ରକାରେ ଆରମ୍ଭ ହୋଇଯାଇଛି। ସାନଖେମୁଣ୍ଡି ବ୍ଲକ ୯ ଟି କେନ୍ଦ୍ରରେ ୧୫୦୭ ଜଣ ବିଦ୍ୟାର୍ଥୀ ପରୀକ୍ଷା ଦେଇଥିବା ବେଳେ ୨୪ ଜଣ ଅନୁପସ୍ଥିତ ରହିଥିବା ଜଣାପଡ଼ିଛି।ସାନଖେମୁଣ୍ଡି ଗୋଷ୍ଠିଶିକ୍ଷାଧିକାରୀ କୁରେଶୁ ସେଠୀ ଙ୍କ ସୂଚନା ପ୍ରକାରେ ପାଟପୁର ହାଇସ୍କୁଲ କେନ୍ଦ୍ରରେ ୨୧୪ ଜଣ ବିଦ୍ୟାର୍ଥୀ ଡେଙ୍ଗାଡି ଶ୍ୟାମସୁନ୍ଦର ହାଇସ୍କୁଲ କେନ୍ଦ୍ରରେ ୧୫୫ ଜଣ, ବିଦ୍ୟାର୍ଥୀ ନେହୁରୁବହୁମୁଖୀ ବିଦ୍ୟାପୀଠ କେନ୍ଦ୍ରରେ୨୩୭ ଜଣ ବିଦ୍ୟାର୍ଥୀ, ଗୌତମୀ ହାଇସ୍କୁଲ କେନ୍ଦ୍ରରେ୧୩୩ ଜଣ ବିଦ୍ୟାର୍ଥୀ,ପୁଡ଼ାମରି ଚୈତନ୍ୟ ବିଦ୍ୟାପୀଠ କେନ୍ଦ୍ରରେ୯୯ ଜଣ ବିଦ୍ୟାର୍ଥୀ, କଙ୍କୋରଡ଼ା ରାଧା ପାଣିଗ୍ରାହୀ ହାଇସ୍କୁଲ କେନ୍ଦ୍ରରେ ୧୦୭ ଜଣ ବିଦ୍ୟାର୍ଥୀ,ପାଟପୁର ବାଳିକା ହାଇସ୍କୁଲ କେନ୍ଦ୍ରରେ ୧୨୯ ଜଣ ବିଦ୍ୟାର୍ଥୀ, ଚୁଡ଼ଙ୍ଗପୂର୍ ସାନଖେମୁଣ୍ଡି ନୋଡାଲ ହାଇସ୍କୁଲ କେନ୍ଦ୍ରରେ ୨୧୩ ଜଣ ବିଦ୍ୟାର୍ଥୀ, ସିଙ୍ଗିପୁର ପଞ୍ଚାୟତ ହାଇସ୍କୁଲ କେନ୍ଦ୍ରରେ ୨୧୯ ଜଣ ବିଦ୍ୟାର୍ଥୀ ପରୀକ୍ଷା ଦେଇଥିବା ବେଳେ ୨୪ ଜଣ ଅନୁପସ୍ଥିତ ରହିଥିବା ସୁଚନାଦେଇଛନ୍ତି। ବିଦ୍ୟାଳୟ ମାନଙ୍କରେ ବିଦ୍ୟାର୍ଥୀ ମାନେ ଶାନ୍ତିପୂର୍ଣ୍ଣ ଭାବେ ପରୀକ୍ଷା ଦେଇଥିଲେ । ପରୀକ୍ଷା ଶାନ୍ତି ଶୃଙ୍ଖଳା ପାଇଁ ପାଟପୁର ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ କହିଛନ୍ତି