ସାମିଲ ହେଲେ ଏକଶତ ଦୃଷ୍ଟିବାଧିତ ମହିଳା ନାରୀ ହିଁ ପ୍ରଗତିର ମେରୁଦଣ୍ଡ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):“ବିଚ୍ଛଦ ଟ୍ରଷ୍ଟ ଅଫ୍ ୱେଲ୍ଫେୟାର” ଏବଂ “ଶାନ୍ତିଧାମ୍ ଫାଉଣ୍ଡେସନ”ର ମିଳିତ ସହଯୋଗରେ ଭୁବନେଶ୍ୱର ରୋଟାରୀ ଭବନ ଠାରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଅନୁସୂଚୀତ ଜାତି ଓ ଜନଜାତିର ଅତିରିକ୍ତ ସଚିବ ଜୟଶ୍ରୀ ତ୍ରିପାଠୀ ମୁଖ୍ୟଅତିଥି, ସୁଭାଷିନୀ ରଥ, ପ୍ରତିଭା ମଞ୍ଜରୀ ପଣ୍ଡା, ନିରୁପମା ପାତ୍ର, ଆରାଧନା ଶତପଥୀ, ସନ୍ତୋଷୀ ଜୈନ, ଲିଲୁ ରାଉତରାୟ, ସୁକ୍ରିତି ପଟ୍ଟନାୟକ, ସୌଭାଗ୍ୟ ରାଉତରାୟ ସମ୍ମାନିତ ଅତିଥି ଭାବେ ଯୋଗଦେଇ ‘ନାରୀ ହିଁ ପ୍ରଗତିର ମେରୁଦଣ୍ଡ, ସେ ଆଦ୍ୟାଶକ୍ତି, ସୃଷ୍ଟିକାରିଣୀ ଓ ସମୃଦ୍ଧିର ଦେବୀ । ମହିଳା ସୁରକ୍ଷା ଆଇନ୍ ଓ ମହିଳାଙ୍କ କର୍ତ୍ତବ୍ୟ ସମ୍ପର୍କରେ ସମସ୍ତେ ଯତ୍ନବାନ ହେବା ଉଚିତ୍’ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଏକଶତ ଦୃଷ୍ଟିବାଧିତ ମହିଳାଙ୍କୁ ଶାଢ଼ୀ ପ୍ରଦାନ କରାଯାଇଥିଲା । ରଜୀଦେବୀ ୱେଲ୍ଫେୟାର ଟ୍ରଷ୍ଟ, ବିଚ୍ଛଦ ଟ୍ରଷ୍ଟ ଅଫ୍ ୱେଲ୍ଫେୟାର ଏବଂ ଚିନ୍ମୟୀ ଫାଉଣ୍ଡେସନ ଟ୍ରଷ୍ଟର ମିଳିତ ସହଯୋଗରେ ଦୃଷ୍ଟିବାଧିତ ମହିଳାମାନଙ୍କ ମଧ୍ୟରେ ଏକ ସଙ୍ଗୀତ, ତର୍କ ଓ ସୌନ୍ଦର୍ଯ୍ୟ ପ୍ରତିଯୋଗିତା କରାଯାଇଥିଲା । କୃତୀ ପ୍ରତିଯୋଗୀମାନଙ୍କୁ ଉପସ୍ଥିତ ଅତିଥିବୃନ୍ଦ ମାନପତ୍ର ଓ ଉପହାର ପ୍ରଦାନ କରି ସମ୍ମାନିତ କରିଥିଲେ । ବିଚ୍ଛଦ ଟ୍ରଷ୍ଟର ଅଧ୍ୟକ୍ଷ ପ୍ରକାଶ କୁମାର ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।


