୯ ଦଫା ଦାବି ନେଇ ବିସ୍ଥାପିତ ଅଂଚଳବାସୀ ଙ୍କ ଇନ୍ଦ୍ରାବତୀ ପ୍ରକଳ୍ପ କାର୍ଯ୍ୟାଳୟ ଘେରାଉ

ନବରଙ୍ଗପୁର, (ଯୁଗାବ୍ଦ ନ୍ୟୁଜ୍) : ନବରଙ୍ଗପୁର ଜିଲ୍ଲା ଇନ୍ଦ୍ରାବତୀ ବିସ୍ଥାପିତ ଅଞ୍ଚଳବାସୀ ଶୁକ୍ରବାର ୯ ଦଫା ଦାବି ନେଇ ଉପର ଇନ୍ଦ୍ରାବତୀ ପ୍ରକଳ୍ପ କାର‌୍ୟ୍ୟାଳୟ କୁ ଘେରାଉ କରିବା ସହ ଦାବିପତ୍ର ପ୍ରଦାନ କରିଛନ୍ତି। ଗଣପରିଷଦ ସହ ର ସମ୍ପାଦକ ସୁଧୀର ସୁନା ଙ୍କ ନେତୃତ୍ୱରେ ଏକ ବିରାଟ ଶୋଭାଯାତ୍ରା ଖାତିଗୁଡ଼ା ଛକ ଠାରୁ ବାହାରି ଉପର ଇନ୍ଦ୍ରାବତୀ ପ୍ରକଳ୍ପର ମୁଖ୍ୟ କାର‌୍ୟ୍ୟାଳୟ ରେ ପହଞ୍ଚି ଥିଲା । ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ଦ୍ୱାରା ବିସ୍ଥାପିତ ହୋଇଥିବା ପରିବାର ପାଇଥିବା ଅନୁଦାନ ଟଙ୍କା, ଜମିପଟ୍ଟା ,ବିଦ୍ୟୁତ ସଂଯୋଗ, ରାସ୍ତା,ପାଣି ଏପରି ଅନେକ ସମସ୍ୟା ଦାବି ବିସ୍ଥାପିତ ପରିବାର ର ପୂରଣ ହୋଇନଥିବା ଅଭିଯୋଗ କରି ଘେରାଉ କରିଛନ୍ତି । ପ୍ରକଳ୍ପ ଦାୟିତ୍ୱରେ ଥିବା ଅଧିକାରୀ ମାନେ କେତେକ ଦଲାଲ ମାନଙ୍କ ସହିତ ମିଶି ବିସ୍ଥାପିତ ପରିବାରଙ୍କୁ ଲୁଟ କରୁଥିବା ଅଭିଯୋଗ ହୋଇଛି । ଖୁବ ଶିଘ୍ର ଉଚ୍ଚସ୍ତରୀୟ ତଦନ୍ତ କରି ବିସ୍ଥାପିତଙ୍କ ସମାଧାନ କରିବା ନିମନ୍ତେ ଉପର ଇନ୍ଦ୍ରାବତୀ ପ୍ରକଳ୍ପ ସି .ସି. ଗୋପାଳ ଚନ୍ଦ୍ର ଦାସ ଓ ପିଡି ଅକ୍ଷମିତା କାର୍ତ୍ତିକ ଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି । ବିସ୍ଥାପିତ ବାରମ୍ଭାର ଅଭିଯୋଗ କରି ଦାଇତ୍ୱରେ ଥିବା କର୍ମଚାରୀ ମାନଙ୍କୁ ଜଣାଇଥିଲେ ମଧ୍ୟ କୈାଣସି ସୁଫଳ ମିଳିପାରିନଥିବା ବେଳେ ଏହା କୁ ପୁରା ଅଣଦେଖା କରାଯାଉଛି । ବିସ୍ଥାପିତଙ୍କ ଅଂଚଳବାସୀ ଙ୍କ ସମସ୍ୟା ଉପରେ ଗୁରୁତ୍ୱ ରୋପ ନଦେଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଅ ଂଚଳବାସୀ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ