ଓଡିଶା ସ୍କାଉଟ ଗାଇଡ୍ ସଂଗଠନର ବ୍ୟାପକ କାର୍ଯ୍ୟକ୍ରମ
ଚଳିତ ବର୍ଷ ଗାନ୍ଧିଙ୍କ ୧୫୦ ଜନ୍ମ ବାର୍ଷିକୀ ପାଳନ ଅବସରରେ ଓଡିଶା ରାଜ୍ୟ ଭାରତ ସ୍କାଉଟ ଓ ଗାଇଡସ୍ର ରାଜ୍ୟ ଶାଖା ଆନୁକୂଲ୍ୟରେ ସ୍କାଉଟ ଓ ଗାଇଡ୍ମାନଙ୍କ ଦ୍ୱାରା ବିଭିନ୍ନ ପ୍ରତିଯୋଗିତା ରାଜ୍ୟ ମୁଖ୍ୟାଳୟ ପରିସରରେ ଆୟୋଜିତ ହୋଇଥିଲା । ଭୁବନେଶ୍ୱରର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟରୁ ଶତାଧିକ ସ୍କାଉଟ ଓ ଗାଇଡ୍ ଯୋଗଦେଇ ବକ୍ତୃତା, ପ୍ରବନ୍ଧ, କୁଇଜ୍ ଏବଂ ଚିତ୍ରାଙ୍କନ ଆଦି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଏତଦ୍ବ୍ୟତୀତ ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ ଓ ସ୍ୱଚ୍ଛତା କାର୍ଯ୍ୟକ୍ରମ ମଧ୍ୟ ସ୍କାଉଟ ଓ ଗାଇଡ୍ମାନଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିଲା । ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ରାଜ୍ୟ ମୁଖ୍ୟ କମିଶନର ଡଃ. କାଳିପ୍ରସାଦ ମିଶ୍ର କୃତୀ ପ୍ରତିଯୋଗୀମାନଙ୍କୁ ପ୍ରମାଣପତ୍ର ସହ ପୁରସ୍କାର ପ୍ରଦାନ କରିଥିଲେ । ଅନ୍ୟ ଉପସ୍ଥିତ ସମ୍ମାନୀତ ଅତିଥିମାନଙ୍କ ମଧ୍ୟରେ ରାଜ୍ୟ ସମ୍ପାଦକ ରାମମୂର୍ତ୍ତି ଦୋରା ଏବଂ ରାଜ୍ୟ କୋଷାଧ୍ୟକ୍ଷ ଶରତ କୁମାର ପାଇକରାୟ ମଧ୍ୟ ସ୍କାଉଟ ଓ ଗାଇଡ୍ମାନଙ୍କୁ ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମ ଜିଲ୍ଲାସ୍ତରରେ ପ୍ରତ୍ୟେକ ସ୍କାଉଟ ଓ ଗାଇଡ୍ ୟୁନିଟ୍ ଦ୍ୱାରା ଗାନ୍ଧି ଜୟନ୍ତୀ ପର୍ଯ୍ୟନ୍ତ ଜାରି ରହିବ ବୋଲି କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ କରାଯାଇଛି ।


