୯ ବର୍ଷ ପୂର୍ତ୍ତି ଉପଲକ୍ଷେ ବାଲେଶ୍ଵର ସେଟେଲାଇଟ ସେଣ୍ଟର ପରିଦର୍ଶନ
ବାଲେଶ୍ୱର, (ସରୋଜ ପଣ୍ଡା):କେନ୍ଦ୍ରରେ ମୋଦିଜୀଙ୍କ ସରକାରର ୯ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ବିକାଶ ତୀର୍ଥ କାର୍ଯ୍ଯକ୍ରମରେ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ନେତୃତ୍ବରେ ରାଜ୍ୟ ସହପ୍ରଭାରୀ ରାଜ୍ୟସଭା ସାଂସଦ ବିଜୟପାଲ୍ ସିଂ ତୋମର, ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର, ପୁର୍ବତ୍ତନ ବିଧାୟକ ଜୀବନ ପ୍ରଦୀପ ଦାଶ, ପୁର୍ବତ୍ତନ ବିଧାୟକ ଗୋବିନ୍ଦଚନ୍ଦ୍ର ଦାସ, କାର୍ଯ୍ଯକ୍ରମରେ ସହ-ସଂଯୋଜକ ବିଷ୍ଣୁ ଦାସ, ରାଜ୍ୟ ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ସୁଷମା ବିଶ୍ବାଳ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭଙ୍କର ମହାପାତ୍ର ଓ ଶୋଭନା ମହାନ୍ତି, ଜିଲ୍ଲା ଗଣମାଧ୍ୟମ ସଂଯୋଜକ ଶ୍ରୀନିବାସ ପ୍ରଧାନ, ଜିଲ୍ଲା ସମ୍ପାଦକ ଆଶିଷ ଘୋଷ, ବିଜୟ ସାହୁ, ଜିଲ୍ଲା ଉପସଭାପତି କରୁଣାକର ପଣ୍ଡା, ଗଙ୍ଗାଧର ମିଶ୍ର, କମଳା ବିନ୍ଧାଣୀ ଓ କମଲଲୋଚନ ଦାସ, ସୁଶାନ୍ତ ବେରା, ମମତା ମହାପାତ୍ର, ସଞ୍ଜୁକ୍ତା ମହାପାତ୍ର, କାର୍ତ୍ତିକ ଗିରି, କୃଷ୍ଣା ଶାହା, ଚିତ୍ତରଞ୍ଜନ ପଣ୍ଡା, ପିନ୍ଟୁ ପଣ୍ଡା, ନିତୁନ ଶାହା, ଶିବୁନ ରୟ, ବିପିନ୍ ମାରାଣ୍ଡି ପ୍ରମୁଖ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ କେନ୍ଦ୍ର, ବାଲେଶ୍ଵର ସେଟେଲାଇଟ ସେଣ୍ଟର ପରିଦର୍ଶନ। ପରିଦର୍ଶନ ସମୟରେ ସେଟେଲାଇଟ ସେଣ୍ଟରର ବିଭିନ୍ନ ବିଭାଗ ବିଷୟରେ ସେଠାକାର କାର୍ୟ୍ଯରତ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ। ବର୍ତ୍ତମାନ ସପ୍ତାହକୁ ଦୁଇଦିନ ବହିର୍ବିଭାଗ ଚାଲୁଥିବା ବେଳେ ଖୁବଶୀଘ୍ର ସେଣ୍ଟରର ଲୋକାର୍ପଣ ହେବ ବୋଲି ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କହିଛନ୍ତି। ରାଜ୍ୟ ସହପ୍ରଭାରୀ ରାଜ୍ୟସଭା ସାଂସଦ ବିଜୟପାଲ୍ ସିଂ ତୋମର ସମସ୍ତ ବିଭାଗର ଚିକିତ୍ସାଗତ ସୁବିଧା ସୁଯୋଗର ବ୍ୟବସ୍ଥା ଦେଖି ସନ୍ତୋଷ ପ୍ରକାଶ କରିଥିଲେ