୰ ଆଦିତ୍ୟ ଦାସ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବି କଲେ ସମାଜ ସେବୀ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ସମାଜସେବୀ ଆଦିତ୍ୟ ଦାସଙ୍କ ମୃତ୍ୟୁ କୁ ନେଇ ସସ୍ପେନ୍ସ ଜାରି ରହିଥିବା ବେଳେ ଏହାର ରହସ୍ୟ ଖୋଲିବାକୁ ଓଡ଼ିଶାରୁ ୫୦୦ରୁ ଅଧିକ ସମାଜସେବୀ ମଣ୍ଡନ ହୋଇ ମାନବ ପ୍ରେମୀ ଆଦିତ୍ୟ ଦାସଙ୍କୁ ନ୍ୟାୟ ମିଳୁ ଏବଂ ସିବିଆଇ ତଦନ୍ତ ହେଉ ବୋଲି ଦାବି କରିଛନ୍ତି।ଏଥି ସହିତ ପାଞ୍ଚ ଲକ୍ଷ ଲୋକଙ୍କ ଦସ୍ତଖତ ସଂଗ୍ରହ କରିବା ଅଭିଯାନ ମଧ୍ୟ ଜାରି ରଖିଛନ୍ତି। ସେମାନଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ବ୍ଳକ ଅଗଝୋଳ ଗ୍ରାମର ଯୁବ ସମାଜ ସେବୀ ମନୋଜ ମିଶ୍ର ଅନ୍ୟତମ। ସେ ପେଷାରେ ଜଣେ ଅଟୋ ଚାଳକ ହୋଇଥିଲେ ମଧ୍ୟ ସମାଜ ସେବା ଓ କଳା ସଂସ୍କୃତି ପ୍ରତି ତାଙ୍କର ମନୋଭାବ ପିଲାଟି ଦିନରୁ ରହିଛି।ଫଳରେ ଅଂଚଳରେ ଅନେକ ସେବା କାଯ୍ୟ କରିବା ସହ ଗୀତ ପରିବେଷଣ ମଧ୍ୟରେ କରିଥାନ୍ତି। ସେ ସମାଜ ସେବୀ ଆଦିତ୍ୟ ଦାସ ଙ୍କୁ ନ୍ୟାୟ ଦାବିରେ ଗତ ବୁଧବାର ସକାଳେ ମୁଣ୍ଡନ ହୋଇ ଠାକୁର ଙ୍କ ପାଖରେ ଦୀପ ଜାଳି ଘଟଣା ର ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିବା ସହ ଆଜି ନିଜ ଦସ୍ତଖତ ଅଭିଯାନ ଆରମ୍ଭ କରି ପ୍ରଶାସନ ଓ ସରକାର ଙ୍କୁ ସୋସିଆଲ ମିଡ଼ିଆ ମାଧ୍ୟମରେ ଦାବି କରିଛନ୍ତି।ପ୍ରକାଶ ଯୋଗ୍ୟ କି ସମାଜସେବୀ ଆଦିତ୍ୟ ଦାସ ଜଣେ ଜଣାଶୁଣା ମୋଟୀଭେସନାଲ ସ୍ପିକର ସହ ବହୁ ଗୁଣର ଅଧିକାରୀ ଥିଲେ।ଏହି ଭଳି ବିକ୍ତିତ୍ୱଙ୍କ ମୃତ୍ୟୁକୁ ନେଇ ରହସ୍ୟ ଉପରୁ ବର୍ତ୍ତମାନ ସୁଦ୍ଧା ପରଦା ଉଠି ନାହିଁ।ଏହିଭଳି ପରିସ୍ଥିତିରେ ସିବିଆଇ ତଦନ୍ତର ଆବଶ୍ୟକତା ରହିଛି ବୋଲି ବିଭିନ୍ନ ମହଲରେ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ