ୱର୍ଲ୍ଡସ୍କିଲ ଇଂଟରନେସନାଲ ପ୍ରତିଯୋଗୀତା ୨୦୧୯ ପାଇଁ ଟିମ ଇଣ୍ଡିଆ ଘୋଷଣା

(ଯୁଗାବ୍ଦ ନ୍ୟୁଜ୍)-ୱର୍ଲ୍ଡସ୍କିଲ ଇଂଟରନେସନାଲ ପ୍ରତିଯୋଗୀତା ୨୦୧୯ କୁହାଯାଉଥିବା ବିଶ୍ୱର କୌଶଳ ଉତ୍କୃଷ୍ଟତାର ବୃହତମ ପ୍ରଦର୍ଶନୀରେ ଭାରତର ପ୍ରତିନିଧିତ୍ୱ କରିବା ପାଇଁ କୌଶଳ ବିକାଶ ଏବଂ ଉଦ୍ୟମତା (ଏମଏସଡିଇ) ମନ୍ତ୍ରଣାଳୟ, ଭାରତ ସରକାର ୪୮-ସଦସ୍ୟ ବିଶିଷ୍ଟ ଦଳ ଘୋଷଣା କରିଛନ୍ତି । ‘କୌଶଳ ଅଲମ୍ପିକ୍ସ’ ଭାବରେ ମଧ୍ୟ ଜଣାଶୁଣା ଏହି କାର୍ଯ୍ୟକ୍ରମ ଋଷିଆର କଜାନ ଠାରେ ୨୨ ରୁ ୨୭ ଅଗଷ୍ଟ ପର୍ଯ୍ୟନ୍ତ ହେବା ପାଇଁ ଅନୁସୂଚିତ ହୋଇଛି । ଏହି ମେଗା କାର୍ଯ୍ୟକ୍ରରେ ୫୫ କୌଶଳ ପ୍ରତିଯୋଗୀତାରେ ୬୦ ଦେଶରୁ ୧୫୦୦ରୁ ଅଧିକ ପ୍ରତିଯୋଗୀ ପ୍ରତିଯୋଗୀତା କରିବେ । ଅନ୍ୟାନ୍ୟ ମଧ୍ୟରେ ମୋବାଇଲ ରୋବୋଟିକ୍ସ, ପ୍ରୋଟୋଟାଇପ ମୋଡେଲିଙ୍ଗ, କେଶ ବିନ୍ୟାସ, ବେକିଙ୍ଗ, ପଟିସରି ଏବଂ କନଫେକ୍ସନେରୀ, ୱେଲଡିଙ୍ଗ, ଇଟା ବିଛାଇବା, କାର ପେନଟିଙ୍ଗ, ଫୁଲ ଉତ୍ପାଦନ ଆଦି ୪୪ଟି କୌଶଳରେ ଭାରତ ଭାଗ ନେବ ।
ଏହି ଦ୍ୱି-ବାର୍ଷିକ ପ୍ରତିଯୋଗୀତାରେ ରାଷ୍ଟ୍ରୀୟ କୌଶଳ ବିକାଶ ନିଗମ (ଏନଏସଡିସି) ୨୦୧୧ ମସିହା ଠାରୁ ଏମଏସଡିଇ ତତ୍ୱାବଧାନରେ ଭାରତୀୟ ଦଳର ନେତୃତ୍ୱ ନେଇଆସିଛି । ୨୦୧୭ ରେ ଆବୁଧାବି ଠାରେ ହୋଇଥିବା ଶେଷ ସଂସ୍କରଣରେ ଭାରତ ଉତ୍କୃଷ୍ଟତାର ଗୋଟିଏ ରୌପ୍ୟ, ଗୋଟିଏ କାଂସ୍ୟ ଏବଂ ନ’ ଟି ମଡେଲିୟନ ଜିତିଥିଲା । ଏହି କାର୍ଯ୍ୟକ୍ରମରେ ଭାଗନେଇଥିବା ୫୬ ଦେଶ ମଧ୍ୟରେ ଭାରତ ୧୯ତମ ସ୍ଥାନରେ ମଧ୍ୟ ରହିଥିଲା ଯାହା ଏହି କାର୍ଯ୍ୟ କାମରେ ଭାଗ ନେବା ଠାରୁ ଭାରତର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ