ଜରିମାନା ଆଦାୟକୁ ବିରୋଧ କଲେ ଗୋପାଳନ ସଂଘ
(ଯୁଗାବ୍ଦ ନ୍ୟୁଜ୍)-ବ୍ରହ୍ମପୁର ସହରକୁ ସରସ ସୁନ୍ଦର କରି ଗଢିତୋଳିବା ପାଇଁ ବ୍ରହ୍ମପୁର ମହାନବର ନିଗମ ଅନେକ ପଦକ୍ଷେ ମାନ ଗ୍ରହଣ କରୁଛି । ସହର ସଫେଇ କାର୍ଯ୍ୟ ଠାରୁ ଆରମ୍ଭ କରି ସହରର ସୈନ୍ଦଯ୍ୟ କରଣ ପର୍ଯ୍ୟନ୍ତ ଆଉ ଏଥିରେ ବାଧକ ସାଜିଛନ୍ତି ଗାଈ, ଗୋରୁ ଏବଂ ମଇଁଷି ଏମାନେ ରାସ୍ତା ଉପରେ ଚଳପ୍ରଚଳ କରିବା ଦ୍ବାରା ବହୁଳ ପରିମାଣରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି । ଏଥି ପାଇଁ ବିଏମ୍ସି ଗାଈ, ଗୋରୁ ଏବଂ ମଇଁଷି ମାନଙ୍କ ଠାରୁ ଜରିମାନା ଆଦାୟ କରିବାକୁ ଘୋଷଣା କରିବାପରେ । ଏଭଳି ପଦକ୍ଷପେକୁ ବିରୋଧ କରି ମଙ୍ଗଳବାର ଗୋପାଳକ ମାନଙ୍କ
ପକ୍ଷରୁ ବିଏମ୍ସି କମିସନର ଚକ୍ରବର୍ତ୍ତି ସିଂ ରାଠୋର୍ ଦାବିପତ୍ର ପ୍ରଦାନ କରିଛନ୍ତି । ମାଲିକ ମାନଙ୍କୁ କହିବାର କଥା ପ୍ରତ୍ୟେକ ୱାର୍ଡ଼ରେ ବିଏମ୍ସି ପକ୍ଷରୁ ଗୋଶାଳା ନିର୍ମାଣ କରାଯାଉ ତାପରେ ଜରିମାନା ଆଦୟ କରିବ । ଏଥିରେ ମହାନଗର ନିଗମ ଗୋପାଳକ ସଂଘର ସଭାପତି ସୂର୍ୟ୍ୟପ୍ରକାଶଙ୍କ ସମେତ ବହୁ ଗୋପାଳକ ସାମିଲ ହୋଇଥିଲେ । ସୂଚନା ଅନୁସାରେ ଜୁଲାଇ ୧ ତାରିଖ ଠାରୁ ପଶୁମାନଙ୍କର ଗଣନା ଆରମ୍ଭ କରିଛି ବିଏମସି ଏଥିରେ ପ୍ରତ୍ୟେକ ପଶୁକୁ ଏକ ସ୍ବତନ୍ତ୍ର ନମ୍ବର ଦ୍ୱାରା ଚିହ୍ନଟ କରାଯାଇଛି। ଏହି ଗଣନା ହେବାଫଳରେ ବୁଲୁଥିବା ପଶୁମାନଙ୍କ ଠିକଣା ମିଳିପାରିବ


