କାଦୁଅ ପଚପଚ ରାସ୍ତାରେ ବିଦ୍ୟାଳୟକୁ ଯାଉଚନ୍ତି ଶିକ୍ଷାର୍ଥୀ

ହିଂଜିଳିକାଟୁ, (ଶେଷଦେବ ସାହୁ): ଯାତାୟତରେ ଅସୁବିଧା ନହେବା ତଥା ସାତାୟତକୁ ସୁଗମ କରିବା ପାଇଁ ରାଜ୍ୟ ସରକାରଙ୍କ ପ୍ରତ୍ୟେକ ଗ୍ରାମ ଓ ସାହି ବସ୍ତିକୁ ରାସ୍ତା ନିର୍ମାଣ ସକାଶେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବାର ଦେଖିବାକୁ ମିଳୁଛି । ପରିତାପର ବିଷୟ ବିଭାଗୀୟ ଅଧିକାରୀଙ୍କ ଉଦାସୀନତା ମନୋଭାବ ଯୋଗୁଁ ବହୁ ସମୟରେ ରାଜ୍ୟ ସରକାରଙ୍କୁ ଅଯଥାରେ ନିନ୍ଦିତ ହେବାକୁ ପଡ଼ୁଛି । ଏହାର ଜ୍ଜଳନ୍ତ ଉଦାହରଣ ରାଜ୍ୟ ମୁଖିଆଙ୍କ ଗଡ଼ ହିଂଜିଳିକାଟୁ ବ୍ଳକ ରାଳବ ପଂଚାୟତରେ ଦେଖିବାକୁ ମିଳିଛି । ରାଳବ ଗ୍ରାମ ବିଷ୍ଣୁ ମନ୍ଦିର ସାହିରୁ ପ୍ରାଥମିକ ବିଦ୍ୟାଳୟକୁ ଯିବା ରାସ୍ତାଟି ବର୍ଷା ହେଲେ କାଦୁଅ ପଚପଚ ହୋଇପଡ଼ୁଛି । କୋମଳମତି ଛାତ୍ର ଛାତ୍ରୀ, ଅଭିଭାବକ ସମେତ ଶିକ୍ଷକ, ଶିକ୍ଷୟତ୍ରୀ ମାନେ ବିଦ୍ୟାଳୟକୁ ଯାତାୟତ ସମୟରେ ରାସ୍ତାରେ ଗୋଡ଼ ଖସି ପଡ଼ିବା ସହ ବିଭିନ୍ନ ସମୟରେ ଛୋଟବଡ଼ ଦୂର୍ଘଟଣା ଘଟି ବହୁ ବ୍ୟକ୍ତି ଆହତ ହେଉଥିବାର ନଜିର ରହିଛି ।
ହିଂଜିଳିକାଟୁ ବ୍ଳକ ରାଳବ ଗ୍ରାମ ବିଷ୍ଣୁ ମନ୍ଦିର ସାହି ଠାରୁ ପ୍ରାଥମିକ ବିଦ୍ୟାଳୟକୁ ଲମ୍ବି ରହିଥିବା ରାସ୍ତାଟି ବର୍ଷା ହେଲେ କାଦୁଅ ପଚପଚ ହୋଇପଡ଼ୁଛି । ବିଦ୍ୟାଳୟ ସମ୍ମୁଖ ଭାଗରେ ରହିଛି କେନାଳ । ବର୍ଷା ଋତୁରେ କେନାଳରେ ଜଳ ନିଷ୍କାସନ ସକାଶେ ସ୍ଥାନୀୟ ଉଠାଜଳସେଚନ ବିଭାଗ ପକ୍ଷରୁ କେନାଳ ମଧ୍ୟରୁ ପୋତି ହୋଇ ରହିଥିବା ମାଟିକୁ ବାହାର କରି ବିଦ୍ୟାଳୟ ସମ୍ମୁଖ ଭାଗ ରାସ୍ତାରେ ପକାଯାଉଛି । ଯଦ୍ୱାରା ବର୍ଷା ହେଲେ ରାସ୍ତାଟି ସମ୍ପୁର୍ଣ୍ଣ କଦର୍ଯ୍ୟ ହୋଇପଡ଼ୁଛି । ସଂପୃକ୍ତ ରାସ୍ତା ଦେଇ ଗାଡ଼ି ମୋଟର ଯିବାତ ଦୂରର କଥା ପାଦରେ ଚାଲି ଚାଲି ଯିବା କଷ୍ଟକର ହୋଇପଡ଼ୁଛି । ବିଦ୍ୟାଳୟକୁ ଯାତାୟତ ସମୟରେ କୋମଳମତି ଛାତ୍ର ଛାତ୍ରୀ, ଅଭିଭାବକ ସମେତ ଶିକ୍ଷକ, ଶିକ୍ଷୟତ୍ରୀ ମାନେ ଗୋଡ଼ ଖସି ପଡ଼ି ଆହତ ହେଉଥିବାର ନଜିର ରହିଛି । ବିଦ୍ୟାଳୟ ସମ୍ମୁଖ ଭାଗ କେନାଳ ମଧ୍ୟରୁ ବାହାର କରାଯାଉଥିବା ଅପରିଷ୍କାର ମାଟି, ଗୋଡ଼ି, ବର୍ଜ୍ୟବସ୍ତୁକୁ ବିଦ୍ୟାଳୟ ସମ୍ମୁଖ ଭାଗ ରାସ୍ତାରେ ନପକାଇବା ପାଇଁ ଗ୍ରାମର ବହୁ ବ୍ୟକ୍ତି ସ୍ଥାନୀୟ ଉଠାଜଳସେଚନ ବିଭାଗୀୟ ଅଧିକାରୀଙ୍କୁ କହିଥିଲେ ମଧ୍ୟ ବିଭାଗୀୟ ଅଧିକାରୀ କର୍ଣ୍ଣପାତ କରୁନଥିବା ନେଇ ଗ୍ରାମର ବହୁ ବ୍ୟକ୍ତି ଅଭିଯୋଗ କରିଛନ୍ତି । ଘଟଣା ନେଇ ସ୍ଥାନୀୟ ଉଠାଜଳସେଚନ ବିଭାଗୀୟ ସହକାରୀ ଯନ୍ତ୍ରୀ ପରମାନନ୍ଦ ସାହୁଙ୍କୁ ପଚାରିବାରୁ ସେ କହିଲେ କେନାଳ ମଧ୍ୟରୁ ବାହାର କରାଯାଇଥିବା ମାଟିକୁ ବିଦ୍ୟାଳୟ ସମ୍ମୁଖରୁ ହଟାଇ ଦିଆଯିବ କିନ୍ତୁ କେନାଳ କାର୍ଯ୍ୟ ଚାଲୁ ରହିଥିବା ଯୋଗୁଁ ବର୍ତମାନ ହଟାଇବା ସମ୍ଭବପର ନୁହେଁ । ଆଉ କେତେ ଅଘଟଣ ଘଟିବା ପରେ ବିଭାଗୀୟ ଅଧିକାରୀଙ୍କ ଚେତା ପଶିବ ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି । ବିଭାଗୀୟ ଉଚ୍ଚ ଅଧିକାରୀ ଘଟଣଶ ପ୍ରତି ଦୃଷ୍ଟି ଦେଇ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଗ୍ରାମବାସୀ ଦାବୀ ଜଣାଇଛନ୍ତି । ନଚେତଆଗାମୀ ଦିନରେ ଗ୍ରାମବାସୀ ଏବଂ ଅଭିଭାବକ ମାନଙ୍କ ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ଚର୍ଚ୍ଚା ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ