ୱାକଫ ବୋର୍ଡରୁ ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ୱାକଫ ବୋର୍ଡର ଗୃହ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବ କଟକରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ବିଭିନ୍ନ ମୁସଲିମ ଅନୁଷ୍ଠାନକୁ ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । ଏହି ଅବସରରେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ଗ୍ରାମ ପଞ୍ଚାୟତର ଗରାପୁରର ଅବୁବକର ସିଦ୍ଧିକ ମସଜିଦକୁ ୫ଲକ୍ଷ ଟଙ୍କାର ଚେକ୍‌, ସୁନି ତଏତୁଲ ମସଜିଦକୁ ୫ଲକ୍ଷ ଟଙ୍କାର ଚେକ ପ୍ରଦାନ କରାଯାଇଥିବା ବେଳେ ମୁସା ଶାହା ବାବା ପୀଠକୁ ୫ଲକ୍ଷ ଓ ମଦ୍ରାସା ଫଏଜୁଲ ଓଲୁମକୁ ୧ଲକ୍ଷ ୫୦ହଜାର ଟଙ୍କାର ଚେକ ପ୍ରଦାନ କରାଯାଇଥିଲା । ଏହି ସହାୟତା ପାଇବା ପରେ ସଂପୃକ୍ତ ଅଞ୍ଚଳର ମୁସଲିମ ଲୋକମାନଙ୍କ ମଧ୍ୟରେ ବେଶ ଉତ୍ସାହ ଓ ଉଦ୍ଦିପନା ଦେଖାଦେଇଛି । ଏଥିନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫-ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ, ମନ୍ତ୍ରୀ ଜଗନ୍ନାଥ ସାରକା, ୱାକଫ ବୋର୍ଡର ଅଧ୍ୟକ୍ଷ ସେକ ନିଜାମୁଦ୍ଦିନ, ୱାକଫ ବୋର୍ଡ କମିଶନର ପୂର୍ଣ୍ଣଚନ୍ଦ୍ର ମିଶ, ସଂଖ୍ୟାଲଘୁ ସଂପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଶାସନ ସଚିବ ରୂପା ରୋଶନ ସାହୁ ପ୍ରମୁଖଙ୍କୁ ସଂପୃକ୍ତ ଅନୁଷ୍ଠାନ ଗୁଡିକ ପକ୍ଷରୁ ସେକ ଇନାଏତ(ଚନ୍ଦନ), ଗୁଲବାବୁ ଖାନ, ମୀର ସଫିକ, ସେକ ଚାନ୍ଦବାବୁ, ସୁଲତାନ ଖାନ, ଅଇନୁଲ ଇସଲାମ, ମୀର ସଲିମଙ୍କ ସମେତ ସମସ୍ତ ମସଜିଦର ମୈାଲବୀ ଓ ସଂଖ୍ୟାଲଘୁ ସଂପ୍ରଦାୟର ଲୋକମାନେ କୃତଜ୍ଞତା ଅର୍ପଣ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ